Home > ଅନ୍ତରାଷ୍ଟ୍ରୀୟ
କରୋନା ଭାଇରସ: ବିଶ୍ୱରେ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୦ ହଜାର, ୬୧ ଲକ୍ଷ ଲୋକ ସଂକ୍ରମିତ
Khabar Odisha:International-Corona-virus-death-toll-reaches-370-lakh-6153-lakh-people-detected-in-world-wide

ନୂଆଦିଲ୍ଲୀ, ମେ ୩୧ (ଖବର ଓଡ଼ିଶା): ଚୀନର ଉହାନ ସହରରୁ ବ୍ୟାପିଥିବା ମହାମାରୀ କରୋନା ଭାଇରସ ଯୋଗୁଁ ବିଶ୍ୱରେ ୩ ଲକ୍ଷ ୭୦ ହଜାର ୮୭୦ ଜଣ ଲୋକ ଜୀବନ ହରାଇ ସାରିଛନ୍ତି । ସେହିଭଳି ଏହି ମାରାତ୍ମକ ଭାଇରସ ଯୋଗୁଁ ୬୧ ଲକ୍ଷ ୫୩ ହଜାର ୩୭୨ ଜଣ ସଂକ୍ରମିତ ହୋଇଛନ୍ତି । ଏଥିରୁ ୨୭ ଲକ୍ଷ ୩୪ ହଜାର ୫୪୯ ଜଣ ସୁସ୍ଥ ହୋଇଥିବା ବେଳେ ୩୦ ଲକ୍ଷ ୪୭ ହଜାର ୯୫୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । 

ଯୁକ୍ତ ରାଷ୍ଟ୍ର ଆମେରିକାରେ କରୋନା ଭାଇରସ ଯୋଗୁଁ ୧ ଲକ୍ଷ ୫ ହଜାର ୫୫୭ ଜଣଙ୍କ ମୃତ୍ୟୁ ହୋଇଛି । ଏଠାରେ ୧୮ ଲକ୍ଷ ୧୬ ହଜାର ୮୨୦ ଜଣ ସଂକ୍ରମିତ ଅଛନ୍ତି । ଏଥିରୁ ୫ ଲକ୍ଷ ୩୫ ହଜାର ୨୮୮ ଜଣ ସୁସ୍ଥ ହୋଇଥିବା ବେଳେ ୧୧ ଲକ୍ଷ ୭୬ ହଜାର ୨୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । 

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୪ ଲକ୍ଷ ୯୮ ହଜାର ୪୪୦ ସଂକ୍ରମିତ, ୨୮ ହଜାର ୮୩୪ ମୃତ

ଋଷିଆ: ୩ ଲକ୍ଷ ୯୬ ହଜାର ୫୭୫ ଜଣ ସଂକ୍ରମିତ, ୪ ହଜାର ୫୫୫ ଜଣ ମୃତ

ସ୍ପେନ: ୨ ଲକ୍ଷ ୮୬ ହଜାର ୩୦୩ ସଂକ୍ରମିତ, ୨୭ ହଜାର ୧୨୫ ମୃତ

ବ୍ରିଟେନ: ୨ ଲକ୍ଷ ୭୨ ହଜାର ୮୨୬ ସଂକ୍ରମିତ, ୩୮ ହଜାର ୩୭୬ ଜଣ ମୃତ

ଇଟାଲୀ: ୨ ଲକ୍ଷ ୩୨ ହଜାର ୬୬୪ ସଂକ୍ରମିତ, ୩୩ ହଜାର ୩୪୦ ମୃତ

ଫ୍ରାନ୍ସ: ୧ ଲକ୍ଷ ୮୮ ହଜାର ୬୨୫  ସଂକ୍ରମିତ, ୨୮ ହଜାର ୭୭୧ ଜଣ ମୃତ

ଜର୍ମାନୀ: ୧ ଲକ୍ଷ ୮୩ ହଜାର ୨୯୪ ଜଣ ସଂକ୍ରମିତ, ୮ ହଜାର ୬୦୦ ମୃତ

ତୁର୍କୀ: ୧ ଲକ୍ଷ ୬୩ ହଜାର ୧୦୩ ସଂକ୍ରମିତ, ୪ ହଜାର ୫୧୫ ଜଣ ମୃତ

ପେରୁ: ୧ ଲକ୍ଷ ୫୫ ହଜାର ୬୭୧ ସଂକ୍ରମିତ, ୪ ହଜାର ୩୭୧ ଜଣ ମୃତ 

 

  • Tags: