Home > ଅନ୍ତରାଷ୍ଟ୍ରୀୟ
କରୋନା: ବିଶ୍ୱରେ ୬୦ ଲକ୍ଷରୁ ଉର୍ଦ୍ଧ୍ୱ ସଂକ୍ରମିତ, ଜୀବନ ହାରିଲେଣି ୩ ଲକ୍ଷ ୬୬ ହଜାରରୁ ଅଧିକ
Khabar Odisha:International-Corona-virus-death-toll-reaches-366-lakh-6026-lakh-people-detected-in-world-wide

ନୂଆଦିଲ୍ଲୀ, ମେ ୩୦ (ଖବର ଓଡ଼ିଶା): ଚୀନର ଉହାନ ସହରରୁ ସମଗ୍ର ବିଶ୍ୱକୁ ବ୍ୟାପିଥିବା ମହାମାରୀ କରୋନା ଭାଇରସ ଯୋଗୁଁ ବିଶ୍ୱର ୬୦ ଲକ୍ଷ ୨୬ ହଜାର ୩୭୫ ଜଣ ଲୋକ ସଂକ୍ରମିତ ହୋଇଛି । ଏହି ଭାଇରସ ଶନିବାର ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୩ ଲକ୍ଷ ୬୬ ହଜାର ୪୧୮ ଜଣଙ୍କ ଜୀବନ ନେଇସାରିଛି । ବିଶ୍ୱବ୍ୟାପୀ ୨୬ ଲକ୍ଷ ୫୬ ହଜାର ୧୪୪ ଜଣ କରୋନା ଭାଇରସରୁ ସୁସ୍ଥ ହୋଇଥିବା ବେଳେ ୩୦ ଲକ୍ଷ ୩ ହଜାର ୮୧୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏବେ ୫୩ ହଜାର ୭୩୬ ଜଣଙ୍କ ଅବସ୍ଥା ଗୁରୁତର ଅଛି । 

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଅଧିକ କାୟା ବିସ୍ତାର କରିଛି । ଏଠାରେ ୧୭ ଲକ୍ଷ ୯୩ ହଜାର ୫୩୦ ଜଣ କରୋନାରେ ଆକ୍ରାନ୍ତ ଥିବା ବେଳେ ୧ ଲକ୍ଷ ୪ ହଜାର ୫୪୨ ଜଣଙ୍କ ମୃତ୍ୟୁ ହୋଇଛି । ଅପରପକ୍ଷେ ୫ ଲକ୍ଷ ୧୯ ହଜାର ୫୬୯ ଜଣ ସୁସ୍ଥ ହୋଇଥିବା ବେଳେ ୧୧ ଲକ୍ଷ ୬୯ ହଜାର ୪୧୯ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାରେ ୧୭ ହଜାର ୨୦୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । 

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୪ ଲକ୍ଷ ୬୮ ହଜାର ୩୩୮ ସଂକ୍ରମିତ, ୨୯ ହଜାର ୫୨୬ ମୃତ

ଋଷିଆ: ୩ ଲକ୍ଷ ୮୭ ହଜାର ୬୨୩ ଜଣ ସଂକ୍ରମିତ, ୪ ହଜାର ୩୭୪ ଜଣ ମୃତ

ସ୍ପେନ: ୨ ଲକ୍ଷ ୮୫ ହଜାର ୬୪୪ ସଂକ୍ରମିତ, ୨୭ ହଜାର ୧୨୧ ମୃତ

ବ୍ରିଟେନ: ୨ ଲକ୍ଷ ୭୧ ହଜାର ୨୨୨ ସଂକ୍ରମିତ, ୩୮ ହଜାର ୧୬୧ ଜଣ ମୃତ

ଇଟାଲୀ: ୨ ଲକ୍ଷ ୩୨ ହଜାର ୨୪୮ ସଂକ୍ରମିତ, ୩୩ ହଜାର ୨୨୯ ମୃତ

ଫ୍ରାନ୍ସ: ୧ ଲକ୍ଷ ୮୬ ହଜାର ୮୩୫  ସଂକ୍ରମିତ, ୨୮ ହଜାର ୭୧୪ ଜଣ ମୃତ

ଜର୍ମାନୀ: ୧ ଲକ୍ଷ ୮୩ ହଜାର ୧୯ ଜଣ ସଂକ୍ରମିତ, ୮ ହଜାର ୫୯୪ ମୃତ

ତୁର୍କୀ: ୧ ଲକ୍ଷ ୬୨ ହଜାର ୧୨୦ ସଂକ୍ରମିତ, ୪ ହଜାର ୪୮୯ ଜଣ ମୃତ

ଇରାନ: ୧ ଲକ୍ଷ ୪୩ ହଜାର ୮୪୯ ସଂକ୍ରମିତ, ୭ ହଜାର ୬୨୭ ଜଣ ମୃତ 

 

  • Tags: