Home > ଅନ୍ତରାଷ୍ଟ୍ରୀୟ
କରୋନା ଭାଇରସ: ଚୀନରେ ୧୦୬ ମୃତ
Khabar Odisha:International-Corona-virus-third-case-confirmed-in-France-death-toll-rises-in-china-106-dead

ନୂଆଦିଲ୍ଲୀ, ଜାନୁଆରୀ ୨୮ (ଖବର ଓଡ଼ିଶା): ଚୀନରୁ ସୃଷ୍ଟି ହୋଇଥିବା ମାରାତ୍ମକ କରୋନା ଭାଇରସ ଦିନକୁ ଦିନ ଅନିୟନ୍ତ୍ରୀତ ହେଉଛି । ଏହି ଭୟଙ୍କର ଭାଇରସ ଯୋଗୁଁ ଏଯାଏଁ ଚୀନରେ ୧୦୬ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ପ୍ରାୟ ୩୬୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ବିଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୩୦୦ ଜଣ ଲୋକଙ୍କ ନିକଟରେ କୋରନା ଭାଇରସ ଥିବା ଚିହ୍ନିତ କରାଯାଇଛି । ଜାତୀୟ ଗଣମାଧ୍ୟମ ସସ୍ଥା ଦ୍ୱାରା ଏହା ରିପୋର୍ଟ କରାଯାଇଛି । ଏହି ଭୟଙ୍କର ସଂକ୍ରମଣ ଏବେ ବିଶ୍ୱର ବିଭିନ୍ନ ସ୍ଥାନକୁ ବ୍ୟାପିସାରିଛି । ତେଣୁ ସମଗ୍ର ଦେଶରେ କରୋନା ଭାଇରାସ ନେଇ ଚିନ୍ତିତ ଅଛନ୍ତି । 

ଚୀନରେ ଭୟଙ୍କର ରୂପ ନେଇଥିବାରୁ ଭାରତ, ଥାଇଲାଣ୍ଡ, ନେପାଳ, ଆମେରିକା, ତାଇୱାନ, ଭିଏତନାମ, ସିଙ୍ଗାପୁରରେ ସତର୍କ ଜାରି କରାଯାଇଛି । ଚୀନରୁ ଯାଉଥିବା ଲୋକଙ୍କୁ କିଛି ଦେଶରେ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଛି । ସେହଭଳି ଭାଇରସକୁ ମୁକାବିଲା କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଚୀନରୁ ଅନ୍ୟ ଦେଶକୁ ସଂଯୋଗ କରୁଥିବା ବିମାନ ପ୍ରତି ମଧ୍ୟ ନଜର ରଖାଯାଇଛି ।  

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡୋସ ଉଧୈନୋମ ଗ୍ରେବ୍ରୋୟସ ଚୀନରେ ପହଞ୍ଚିଛନ୍ତି । ସେ ଏହି ବିପଦରୁ ବର୍ତ୍ତିବା ପାଇଁ ଚୀନ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ଭାରତ ସରକାର ମଧ୍ୟ ବୁହାନ ସହରରେ ଫସିଥିବା ୨୫୦ରୁ ଅଧିକ ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ଭାବେ ବାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମାତ୍ର ଚୀନ ତରଫରୁ ସବୁଜ ସଙ୍କେତକୁ ଅପେକ୍ଷା କରାଯାଇଛି । 

 

  • Tags: