Home > ଅନ୍ତରାଷ୍ଟ୍ରୀୟ
ଉଇରୋପରେ କରୋନା ଭାଇରସ: ଫ୍ରାନ୍ସରେ ୩ ମୃତ, ଚୀନରେ ମୃତ୍ୟୁ ସଂଖ୍ୟା ଛୁଇଁଲା ୪୧
Khabar Odisha:International-Corona-virus-third-case-confirmed-in-france-death-toll-rises-in-china-41-dead

ନୂଆଦିଲ୍ଲୀ/ପ୍ୟାରିସ, ଜାନୁଆରୀ ୨୫ (ଖବର ଓଡ଼ିଶା): କରୋନା ଭାଇରସ ଉଇରୋପକୁ ବି ବ୍ୟାପିସାରିଛି । ଏହି ମାରାତ୍ମକ ଭାଇରସ ଯୋଗୁଁ ଫ୍ରାନ୍ସରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚୀନରେ ମୃତ୍ୟୁ ସଂଖ୍ୟା ୪୧କୁ ଛୁଇଁଛି । ଭାରତ, ଥାଇଲାଣ୍ଡ, ଆମେରିକା, ତାଇୱାନ, ଭିଏତନାମ, ସିଙ୍ଗାପୁର ପରେ ଏବେ କରୋନା ଭାଇରସ ଉଇରୋପକୁ ଛୁଇଁଛି । ଭାଇରସ ଯୋଗୁଁ ଏପର୍ଯ୍ୟନ୍ତ ୮୦୦ ରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଛନ୍ତି । 

ଫ୍ରାନ୍ସର ସ୍ୱାସ୍ଥ୍ୟମନ୍ତ୍ରୀ ଏଗେନ୍ସ ବୁଜିନ କହିଛନ୍ତି, ଦକ୍ଷିଣପଶ୍ଚିମ ସହରରେ ପ୍ରଥମ ଘଟଣା ଦେଖିବାକୁ ମିଳିଛି । ଦ୍ୱିତୀୟ ଘଟଣା ପ୍ୟାରିସରେ ଦେଖାଯାଇଥିବା ବେଳେ ତୃତୀୟ ବ୍ୟକ୍ତି ପୀଡ଼ିତଙ୍କ ସଂପର୍କୀୟ । ସେ କହିଛନ୍ତି, ଏହି ତିନି ଜଣ ବ୍ୟକ୍ତି ଚୀନରୁ ଫେରିଥିଲେ ଏବଂ ସେମାନଙ୍କୁ ଡାକ୍ତରଙ୍କ ହେପାଜତରେ ରଖାଯାଇଥିଲା । ସେ କହିଛନ୍ତି, ଉଇରୋପରେ ପ୍ରଥମ ଥର କରୋନା ଭାଇରସ ଦେଖାଯାଇଛି । ଆମେ ଜାଣିଛେ ଯେ, ଯେହେତୁ ଏହି ରୋଗ ଫ୍ରାନ୍ସକୁ ବ୍ୟାପିଛି, ଆହୁରି କିଛି ଲୋକ ଆକ୍ରାନ୍ତ ହୋଇଥାଇପାରନ୍ତି । ସେମାନଙ୍କୁ ଯୋଗାଯୋଗ କରିବା ପାଇଁ ଆମେ ଉଦ୍ୟମ କରୁଛୁ । ସେମାନଙ୍କୁ ଖୋଜାଯାଇ ଖୁବ ଶୀଘ୍ର ଚିକିତ୍ସା ବ୍ୟବସ୍ଥା କରାଯିବ । ସୂଚନାଯୋଗ୍ୟ ଏହି ଭାଇରସରେ ପ୍ରଥମ ରୋଗୀ ଗତ ୨୨ ତାରିଖରେ ଜୀବନ ହାରିଥିଲେ । ସେ ଚୀନର ବୁହାନ ସହରରୁ ଫେରିଥିଲେ । 

କରୋନା ଭାଇରସର ସ୍ଥିତିକୁ ଦେଖ ଭାରତରେ ଶତାଧିକ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରି ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିରେ ସର୍ବାଧିକ ୭ ଜଣ ରୋଗୀ କେରଳ ନିବାସୀ । ୩ ଜଣ ମୁମ୍ବାଇ,  ଓ ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦର ଜଣେ ଲେଖାଏଁ । ଏମାନେ ଚୀନର ହଙ୍ଗକଙ୍ଗରୁ ଫେରୁଥିଲେ । ଏହା ବ୍ୟତୀତ ୧୦୦ ଜଣଙ୍କୁ ସେମାନଙ୍କ ଘରେ ନଜରରେ ରଖାଯାଇଛି । 

ସୂଚନାଯୋଗ୍ୟ କରୋନା ଭାଇରାସ ସଂକ୍ରମିତ କାରଣ ଯୋଗୁଁ ଏବେ ମୃତ୍ୟୁ ସଂଖ୍ୟା ୪୧ରେ ପହଞ୍ଚି ସାରିଛି । ହୁବେଇ ରାଜ୍ୟର ହୁଆଗାଙ୍ଗ, ଏଝାଓ, ଚିବି, ଶିଆତାଓ, ଝିଜିୟାଙ୍ଗ, ଲିଚୁଆନ, ଛିନଜିଆଙ୍ଗ ଓ ବୁହାନ ସମେତ ୧୩ ସହରରେ ସାଧାରଣ ଯାତାୟତ ବ୍ୟବସ୍ଥା ଉପରେ କଟକଣା ଲଗାଯାଇଛି । ପାଖାପାଖି ୪ କୋଟି ଲୋକଙ୍କ ଯିବା ଯିବାଆସିବା ଉପରେ କଟକଣା ଲଗାଯାଇଛି । 

 

  • Tags: