Home > ଅନ୍ତରାଷ୍ଟ୍ରୀୟ
କୋଭିଡ-୧୯: ବିଶ୍ୱବ୍ୟାପି ମୃତ୍ୟୁ ସଂଖ୍ୟା ୧୮,୮୯୨, ଭାରତରେ ୧୧ ମୃତ୍ୟୁ ଓ ୫୩୬ ସଂକ୍ରମିତ
Khabar Odisha:International-Coronavirus-COVID-19-live-news-and-updates-March-25-18892-world-wide

ନୂଆଦିଲ୍ଲୀ, ମାର୍ଚ୍ଚ ୨୫ (ଖବର ଓଡ଼ିଶା): ଚୀନର ଉହାନ ସହରରୁ ସମଗ୍ର ବିଶ୍ୱକୁ ବ୍ୟାପିଥିବା କୋଭିଡ-୧୯ କରୋନା ଭାଇରସ ଯୋଗୁଁ ବୁଧବାର (୨୦୨୦ ମାର୍ଚ୍ଚ ୨୫) ସକାଳ ୮ଟା ସୁଦ୍ଧା ୧୮ ହଜାର ୮୯୨ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । କରୋନା ଭାଇରସ ସଂକ୍ରମଣରେ ୪ ଲକ୍ଷ ୨୨ ହଜାର ୬୧୪ ଜଣ ସଂକ୍ରମିତ ଥିବା ବେଳେ ୧ ଲକ୍ଷ ୮ ହଜାର ୮୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ବିଶ୍ୱର ବିଭିନ୍ନ ହସ୍ପିଟାଲରେ ୨ ଲକ୍ଷ ୮୧ ହଜାର ୭୪୮ ଜଣଙ୍କ ଚିକିତ୍ସା ଜାରି ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩ ହଜାର ୯୫ ଜଣଙ୍କ ଅବସ୍ଥା ଗୁରୁତର ଅଛି । 

କରୋନା ଭାଇରସ ଚୀନରୁ ସୃଷ୍ଟି ହୋଇଥିଲେ ବି ଏବେ ଏହା ଇଟାଲୀରେ ମାରାତ୍ମକ ରୂପ ନେଇଛି । ଇଟାଲୀରେ ୬ ହଜାର ୮୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୯ ହଜାର ୧୧୭ ଜଣ ଲୋକଙ୍କୁ ସଂକ୍ରମଣ ହୋଇଛି । ଚୀନରେ ୩ ହଜାର ୨୮୧ ଜଣଙ୍କ ମୃତ୍ୟୁ ହୋଇଛି । ଏଠାରେ ୮୧ ହଜାର ୨୧୮ ଜଣ ସଂକ୍ରମିତ ଅଛନ୍ତି । ସ୍ପେନରେ ୨ ହଜାର ୯୯୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୨ ହଜାର ୫୮ଜଣଙ୍କ ଚିକିତ୍ସା ଜାରି ରହିଛି । ସ୍ପେନ ତଳକୁ ମୃତ୍ୟୁ ମାମଲାରେ ନାମ ଯୋଇ ହୋଇଯାଇଛି ଇରାନ ଓ ଫ୍ରାନ୍ସ । ଉଭୟ ଦେଶରେ ଯଥାକ୍ରମେ ୧୯୩୪ ଓ ୧୧୦୦ । ସେହିଭଳି ଆକ୍ରାନ୍ତ ସଂଖ୍ୟା କ୍ରମାନ୍ୱୟରେ ୨୪ ହଜାର ୮୧୧ ଓ ୨୨ ହଜାର ୩୦୪ ଜଣ । 

ଭାରତରେ କରୋନା ଭାଇରସ ଯୋଗୁଁ ଏପର୍ଯ୍ୟନ୍ତ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ତାମିଲନାଡୁର ମଦୁରାଇରେ ଜଣେ ବ୍ୟକ୍ତି ମଙ୍ଗଳବାର ରାତି ଜୀବନ ହାରିଛନ୍ତି । ଦେଶରେ ଏବେ ୫୩୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିରୁ ୩୭ଟି କେସ ନୂଆ । ୪୦ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତାମିଲନାଡୁର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ସି ବିଜୟଭାସ୍କର କହିଛନ୍ତି, ମଙ୍ଗଳବାର ମୃତ୍ୟୁ ହୋଇଥିବା ରୋଗୀଙ୍କୁ ମଦୁରାଇସ୍ଥିତ ରାଜାଜୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଅନେକ ରୋଗର ଶିକାର ହୋଇଥିଲେ ।  

 

  • Tags: