Home > ଅନ୍ତରାଷ୍ଟ୍ରୀୟ
କରୋନା: ବିଶ୍ୱରେ ୭,୨୨,୦୮୮ ଜଣ ସଂକ୍ରମିତ, ଆମେରିକା-ଇଟାଲୀରେ ସ୍ଥିତି ଅନିୟନ୍ତ୍ରିତ
Khabar Odisha:International-Coronavirus-cases-rise-to-720117-globally-1024-cases-reported-in-India

ନୂଆଦିଲ୍ଲୀ, ମାର୍ଚ୍ଚ ୩୦ (ଖବର ଓଡ଼ିଶା): କରୋନା ଭାଇରସ ସଂକ୍ରମଣ ଯୋଗୁଁ ସୋମବାର (ମାର୍ଚ୍ଚ ୩୦, ୨୦୨୦) ସକାଳ ୮ଟା ସୁଦ୍ଧା ୭ ଲକ୍ଷ ୨୨ ହଜାର ୮୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩୩ ହଜାର ୯୭୬ ଜଣଙ୍କ ମୃତ୍ୟୁ ହୋଇଛି । ଆମେରିକା ଓ ଇଟାଲୀରେ ସ୍ଥିତି ଅନିୟନ୍ତ୍ରିତ ଦେଖାଯାଇଛି । ଆମେରିକାରେ ୧ ଲକ୍ଷ ୪୨ ହଜାର ୭୦ ଜଣ ସଂକ୍ରମିତ ଥିବା ବେଳେ ୨ ହଜାର ୪୮୪ ଜଣ ସଂକ୍ରମିତ ଅଛନ୍ତି । ସେହିଭଳି ଇଟାଲୀରେ ମୃତ୍ୟୁ ସଂଖ୍ୟା ୧୦ ହଜାର ୭୭୯ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୯୭ ହଜାର ୬୮୯ । 

ସ୍ପେନରେ ୮୦ ହଜାର ୧୧୦ ଜଣ ସଂକ୍ରମିତ ଥିବା ବେଳେ ୬ ହଜାର ୮୦୩ ଜଣଙ୍କ ମୃତ୍ୟୁ ହୋଇସାରିଛି । ସେହିଭଳି ଚୀନରେ ୮୧ ହଜାର ୪୭୦ ଜଣ ସଂକ୍ରମିତ ଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ହଜାର ୩୦୪ ରେକର୍ଡ କରାଯାଇଛି । ଜର୍ମାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର ୪୩୫ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୫୪୧ । ଫ୍ରାନ୍ସରେ ୪୦ ହଜାର ୧୭୪ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ଦେଶରେ ୨ ହଜାର ୬୦୬ ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ଇରାନରେ ମୃତ୍ୟୁ ସଂଖ୍ୟା ୨ ହଜାର ୬୪୦ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୩୮ ହଜାର ୩୦୯ । 

ଭାରତରେ କରୋନା ଭାଇରସ ଯୋଗୁଁ ସଂକ୍ରମିତ ସଂଖ୍ୟା ୧୦୦୦ ଅତିକ୍ରମ କରିଛି । କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧୦୨୪ରେ ପହଞ୍ଚିଛି । ଏପର୍ଯ୍ୟନ୍ତ ୨୭ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୯୫ ଜଣ ରୋଗୀଙ୍କ ସଫଳ ଚିକିତ୍ସା ହୋଇଛି । କେରଳ ଓ ମହାରାଷ୍ଟ୍ରରେ ସର୍ବାଧିକ ରୋଗୀ ଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି । ଏପର୍ଯ୍ୟନ୍ତ ଦେଶରେ ୩୫ ହଜାର ଲୋକଙ୍କ ନମୁନା ପରୀକ୍ଷା ହୋଇଛି । କେନ୍ଦ୍ର ସରକାର ସବୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ସୀମାବର୍ତ୍ତୀ ଜିଲ୍ଲାରେ ଶିବିର ଖୋଲି ଶ୍ରମିକମାନଙ୍କୁ ୧୪ ଦିନ ଯାଏଁ କ୍ୱାରେଣ୍ଟାଇନରେ ରଖିବାକୁ ପରାମର୍ଶ ଦେଇଛନ୍ତି ।

  • Tags: