Home > ଅନ୍ତରାଷ୍ଟ୍ରୀୟ
କରୋନା: ଇଟାଲୀରେ ଦିନକରେ ୯୯୭ ମୃତ, ସମଗ୍ର ବିଶ୍ୱରେ ୨୭ ହଜାରରୁ ଅଧିକ ମୃତ୍ୟୁ
Khabar Odisha:International-Coronavirus-claims-nearly-1000-lives-in-Italy-in-a-single-day-over-26-thousand-all-over-the-world

ରୋମ, ମାର୍ଚ୍ଚ ୨୮ (ଖବର ଓଡ଼ିଶା): ଇଟାଲୀକୁ କରୋନା ବିପର୍ଯ୍ୟୟରୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଆଶ୍ୱସ୍ତି ମିଳିବନି ବୋଲି ପୂର୍ବାନୁମାନ କରାଯାଉଛି । ଗତ ସପ୍ତାହରେ ଦିନେ-ଦୁଇ ଦିନ ମଧ୍ୟରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇପାରେ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ବର୍ତ୍ତମାନ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଲୋକେ ବଞ୍ଚିବା ଆଶା ନେଇ ଅନେକ ସନ୍ଦେହ କରୁଛନ୍ତି । 

ଶୁକ୍ରବାର ଦେଶରେ ରେକର୍ଡ ମୃତ୍ୟୁ ହୋଇଛି । ଇଟାଲୀରେ ଗୋଟିଏ ଦିନରେ ୯୯୭ ଜଣଙ୍କ ମୃତ୍ୟୁ ହୋଇଛି । ଏଥି ସହିତ ଏହି ଦେଶରେ ମୃତ୍ୟୁ ସଂଖ୍ୟା ୯୧୩୪ ହୋଇଥିବା ବେଳେ ସଂକ୍ରମିତ ସଂଖ୍ୟା ୮୬ ହଜାର ୪୯୮ରେ ପହଞ୍ଚିଛି । ସେହିଭଳି ବିଶ୍ୱରେ ମୃତ୍ୟୁ ସଂଖ୍ୟା ୨୭ ହଜାର ୩୫୨ରେ ପହଞ୍ଚିଛି । ସଂକ୍ରମଣ ସଂଖ୍ୟା ହେଉଛି ୫ ଲକ୍ଷ ୯୬ ହଜାର ୭୨୩ ଜଣ ।    

ଏଠାରେ ଗୋଟିଏ ଦିନରେ ଶୁକ୍ରବାର ୯୯୭ ଜଣଙ୍କ ମୃତ୍ୟୁ ହୋଇଛି । ୧୦ ହଜାର ୯୫୦ ଜଣଙ୍କୁ ଚିକିତ୍ସା ଯୋଗାଇ ଦିଆଯିବା ପରେ ସେମାନେ ଏବେ ସୁସ୍ଥ ଅଛନ୍ତି । ବିଶେଷଜ୍ଞମାନଙ୍କ କହିବା ଅନୁସାରେ ଇଟାଲୀରେ କରୋନା ଭାଇରସର ସଂକ୍ରମଣ ଆଗାମୀ ଦିନରେ ଆହୁରି ଖରାପ ସ୍ତରକୁ ପହଞ୍ଚିଯିବ । ୪ ଜଣ ଡାକ୍ତରଙ୍କ ମୃତ୍ୟୁ ପରେ ପ୍ରଶାସନ ଚେତାବନୀ ଦେଇଛନ୍ତି । 

ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ପରାମର୍ଶ ଦେଇଥିଲା । ଇଟାଲୀର ପ୍ରଧାନମନ୍ତ୍ରୀ ଗ୍ୟୁସେପ କୋଣ୍ଟେ ଗତ ସପ୍ତାହରେ କହିଥିଲେ, ପୂର୍ବରୁ ଏପ୍ରିଲ ୩ ଯାଏଁ ବନ୍ଦୀ ଘୋଷଣା ଏବେ ଦୀର୍ଘ ସମୟ ଯାଏଁ ଚାଲିବ । ଏହା କେବେ ଯାଏଁ ଚାଲିବ ଏବାବଦରେ ସେ କିଛି କହି ନାହାନ୍ତି । 

 

  • Tags: