Home > ଅନ୍ତରାଷ୍ଟ୍ରୀୟ
ବ୍ରାଜିଲରେ ବ୍ୟାପୁଛି କରୋନା: ଦିନକରେ ୨୯ ହଜାର ୫୦୦ରୁ ଉର୍ଦ୍ଧ୍ୱ ପଜିଟିଭ ଚିହ୍ନଟ
Khabar Odisha:International-Death-toll-in-Brazil-due-to-coronavirus-hits-27878-AFP-news-agency

ବ୍ରାସିଲିଆ, ମେ ୩୦ (ଖବର ଓଡ଼ିଶା): ଯୁକ୍ତରାଷ୍ଟ୍ର ଆମେରିକା ପରେ କରୋନା ଭାଇରସ ଏବେ ବ୍ରାଜିଲରେ ମାଡ଼ଚାଲିଛି । ଗତକାଲି ଗୋଟିଏ ଦିନରେ ବ୍ରାଜିଲରେ କରୋନା ଭାଇରସ ଯୋଗୁଁ ୨୯ ହଜାର ୫୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ବ୍ରାଜିଲରେ କରୋନା ଭାଇରସ ଯୋଗୁଁ ଆଜି ସକାଳ ସାଢ଼ ୭ଟା ପର୍ଯ୍ୟନ୍ତ ୪ ଲକ୍ଷ ୬୮ ହଜାର ୩୩୮ ସଂକ୍ରମିତ ହୋଇଛନ୍ତି । ଏହି ମାରାତ୍ମକ ରୋଗରେ ୨୯ ହଜାର ୫୨୬ ଲୋକଙ୍କର ମୃତ୍ୟୁ ହୋଇଛି । ଗତକାଲି ସାଢ଼େ ୭ଟା ପର୍ଯ୍ୟନ୍ତ ବ୍ରାଜିଲରେ ୪ ଲକ୍ଷ ୩୮ ହଜାର ୮୧୨ ସଂକ୍ରମିତ ହୋଇଥିଲେ । ଦେଶରେ ମୋଟ ୨୬ ହଜାର ୭୬୪ ଜଣଙ୍କର ଜୀବନ ଯାଇଥିଲା । 

ସୂଚନାଯୋଗ୍ୟ, ଚୀନର ଉହାନ ସହରରୁ ସମଗ୍ର ବିଶ୍ୱକୁ ବ୍ୟାପିଥିବା ମହାମାରୀ କରୋନା ଭାଇରସ ଯୋଗୁଁ ବିଶ୍ୱର ୬୦ ଲକ୍ଷ ୨୬ ହଜାର ୩୭୫ ଜଣ ଲୋକ ସଂକ୍ରମିତ ହୋଇଛି । ଏହି ଭାଇରସ ଶନିବାର ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୩ ଲକ୍ଷ ୬୬ ହଜାର ୪୧୮ ଜଣଙ୍କ ଜୀବନ ନେଇସାରିଛି । ବିଶ୍ୱବ୍ୟାପୀ ୨୬ ଲକ୍ଷ ୫୬ ହଜାର ୧୪୪ ଜଣ କରୋନା ଭାଇରସରୁ ସୁସ୍ଥ ହୋଇଥିବା ବେଳେ ୩୦ ଲକ୍ଷ ୩ ହଜାର ୮୧୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏବେ ୫୩ ହଜାର ୭୩୬ ଜଣଙ୍କ ଅବସ୍ଥା ଗୁରୁତର ଅଛି । 

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଅଧିକ କାୟା ବିସ୍ତାର କରିଛି । ଏଠାରେ ୧୭ ଲକ୍ଷ ୯୩ ହଜାର ୫୩୦ ଜଣ କରୋନାରେ ଆକ୍ରାନ୍ତ ଥିବା ବେଳେ ୧ ଲକ୍ଷ ୪ ହଜାର ୫୪୨ ଜଣଙ୍କ ମୃତ୍ୟୁ ହୋଇଛି । ଅପରପକ୍ଷେ ୫ ଲକ୍ଷ ୧୯ ହଜାର ୫୬୯ ଜଣ ସୁସ୍ଥ ହୋଇଥିବା ବେଳେ ୧୧ ଲକ୍ଷ ୬୯ ହଜାର ୪୧୯ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାରେ ୧୭ ହଜାର ୨୦୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । 

 

  • Tags: