Home > ଅନ୍ତରାଷ୍ଟ୍ରୀୟ
ଇରାକ: ସୁରକ୍ଷାକର୍ମୀଙ୍କ ଗୁଳିରେ ୨୫ ମୃତ, ସରକାରଙ୍କ ବିରୋଧରେ ପ୍ରଦର୍ଶନ ଜାରି
Khabar Odisha:International-Death-toll-rises-25-more-killed-in-anti-government-protests-in-Southern-Iraq

ନାସରିୟା, ନଭେମ୍ବର ୨୯ (ଖବର ଓଡ଼ିଶା): ଦକ୍ଷିଣ ଇରାକରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଗୁରୁବାର ୨୫ ଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ଘଟିଛି । ପ୍ରଦର୍ଶନକାରୀମାନେ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିଛନ୍ତି । ପ୍ରଦର୍ଶନକାରୀମାନେ ଗୁରୁବାର ପୋଲିସକୁ ଖାତିର ନ କରି ଆଗକୁ ମାଡି ଆସୁଥିଲେ । ଫଳରେ ସୁରକ୍ଷାକର୍ମୀ ଉପାୟ ନ ପାଇ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡ଼ିଥିଲା । ସୂଚନାଯୋଗ୍ୟ ଯେ ସରକାରଙ୍କ ବିରୋଧରେ ଇରାକର ପ୍ରଦର୍ଶନ ଜାରି ରହିଛି । 

ଇରାକ ସେନା ଅଲ-ଜଜୀରା ଏକ ବୟାନରେ କହିଛି ଯେ, ଉତ୍ତେଜନାସ୍ଥଳକୁ ଅଧିକ ସୁରକ୍ଷାକର୍ମୀଙ୍କୁ ପଠାଇଛି । ଆନ୍ଦୋଳନସ୍ଥଳ ଏବେ ଉଗ୍ର ରୂପ ନେଇଛି । ଏବେ ପରିସ୍ଥିତି ଅନିୟନ୍ତ୍ରିତ ହୋଇଥବାରୁ ବ୍ୟାପକ ପୋଲିସ ମୁତୟନ କରାଯାଉଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗୁରୁବାର ପ୍ରଦର୍ଶନ ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨୩୩ ଜଣ ପ୍ରଦର୍ଶନକାରୀ ଆହତ ହୋଇଛନ୍ତି । ହିଂସା ସମୟରେ ବୁଧବାର ୪୭ ଜଣ ପୋଲିସ କର୍ମଚାରୀ ନିଖୋଜ ଥିବା ଜଣାପଡ଼ିଛି । ନାଜଫ ରାଜ୍ୟର ଗଭର୍ଣ୍ଣର ଲୁଆଏ ୟାସିରି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । 

   

 

  • Tags: