Home > ଅନ୍ତରାଷ୍ଟ୍ରୀୟ
ଭାରତ-ଚୀନ ସୀମା ବିବାଦ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଦେଲେ ଏମିତି ବୟାନ
Khabar Odisha:International-Donald-Trump-says-PM-Narendra-Modi-is-not-in-good-mood-over-border-row-with-china

ୱାଶିଂଟନ, ମେ ୨୯ (ଖବର ଓଡ଼ିଶା): ଭାରତ ଓ ଚୀନ ସୀମା ବିବାଦ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ବୟାନ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ଚୀନ ସହ ସୀମା ବିବାଦ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଲ ମୁଡରେ ନାହାନ୍ତି । ଆମେରିକା ରାଷ୍ଟ୍ରପତି କହିଛନ୍ତି, ଉଭୟ ଦେଶ ମଧ୍ୟରେ ଦେଖାଯାଇଥିବା ଉତ୍ତେଜନା ପାଇଁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା କରିଛନ୍ତି । ଏଥି ସହିତ ଡୋନାଲ୍ଡ ଟ୍ରମ୍ପ ମଧ୍ୟସ୍ଥାକୁ ପୁଣି ଥରେ ପୁନରାବୃତ୍ତି କରିଛନ୍ତି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ହ୍ୱାଇଟ୍ ହାଉସସ୍ଥିତ ଓଭାଲ କାର୍ଯ୍ୟାଳୟରେ ଗଣମାଧ୍ୟମର ପ୍ରଶ୍ନରେ ଏହା କହିଛନ୍ତି । 

ଭାରତ-ଚୀନ ସୀମା ବିବାଦ ନେଇ ଟ୍ରମ୍ପ କହିଛନ୍ତି, ଉଭୟ ଦେଶର ସୀମାରେ ଉତ୍ତେଜନା ଚାଲିଛି । ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବହୁତ ପସନ୍ଦ କରୁଛି । ସେ ଜଣେ ମହାନ ଭଦ୍ର ବ୍ୟକ୍ତି । ଭାରତ ଓ ଚୀନ ମଧ୍ୟରେ ବଡ଼ ବିବାଦ ଚାଲିଛି । ଉଭୟ ଦେଶର ଲୋକସଂଖ୍ୟା ବହୁତ । ସେହିଭଳି ଉଭୟ ଦେଶର ସେନା ମଧ୍ୟ ଶକ୍ତିଶାଳୀ । କିନ୍ତୁ ଉଭୟ ଦେଶ ଏବେ ଖୁସି ନାହାନ୍ତି ବୋଲି ଟ୍ରମ୍ପ କହିଛନ୍ତି । 

ଆମେରିକାର ରାଷ୍ଟ୍ରପତିଙ୍କୁ ଗଣମାଧ୍ୟମର ପ୍ରତିନିଧିମାନେ ଯେତେବେଳେ ପଚାରିଲେ ଯେ, ଭାରତ ଓ ଚୀନ ମଧ୍ୟରେ ସୀମାରେ ଚାଲିଥିବା ଉତ୍ତେଜନାକୁ ନେଇ ଚିନ୍ତିତ କି? । ଜବାବରେ ଟ୍ରମ୍ଫ କହିଥିଲେ, ମୁଁ ଆପଣମାନଙ୍କୁ କହୁଛି, ମୁଁ ଏସଂପର୍କରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା କରିଛି । ଚୀନ ସହ ଯାହା ଚାଲିଛି, ଏହାକୁ ନେଇ ସେ ଖୁସି ନାହାନ୍ତି । ଏହା ପୂର୍ବରୁ ଟ୍ରମ୍ପ ଭାରତ-ଚୀନ ସୀମା ବିବାଦ ନେଇ ମଧ୍ୟସ୍ଥତା କରିବାକୁ ଉଦ୍ୟମ କରିଥିଲେ । 

 

  • Tags: