Home > ଅନ୍ତରାଷ୍ଟ୍ରୀୟ
ବ୍ରିଟେନ: ରାଜକୀୟ ପରିବାରର ବରିଷ୍ଠ ସଦସ୍ୟ ପଦ ଛାଡ଼ିବେ ପ୍ରିନ୍ସ ହେରୀ ଓ ପତ୍ନୀ ମେଗନ
Khabar Odisha:International-Britain-prince-harry-and-his-wife-Megan-will-leave-membership-of-royal-family

ଲଣ୍ଡନ, ଜାନୁଆରୀ ୧୯ (ଖବର ଓଡ଼ିଶା): ବ୍ରିଟେନର ରାଜକୀୟ ପରିବାରର ସଦସ୍ୟ ରାଜକୁମାର ହେରୀ ଓ ତାଙ୍କ ପତ୍ନୀ ରାଜକୀୟ ସଦସ୍ୟର ବରିଷ୍ଠ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ପର ଠାରୁ ଉଭୟ ରାଜକୀୟ ଉପାଧୀ ଓ ସାଧାରଣ କୋଷର ମଧ୍ୟ ବ୍ୟବହାର କରିବେ ନାହିଁ । ଶନିବାର ବ୍ରିଟେନର ବାଙ୍କିହାମ ପେସେସ ଏସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ପ୍ରିନ୍ସ ହେରୀ ଆର୍ଥିକ ଆତ୍ମନିର୍ଭରଶୀଳତା ପାଇଁ ରାଜକୀୟ ପରିବାର ଠାରୁ ନିଜର ସଦସ୍ୟତା ଅଲଗା କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଏଥିରେ ବ୍ରିଟେନର ମହାରାଣୀ ଏଲିଜାବେଥ (ଦ୍ୱିତୀୟ) ସହମତ ଜଣାଇଛନ୍ତି । 

ବାଙ୍କିହାମ ପେଲେସ ଅନୁସାରେ ଚଳିତ ବର୍ଷ ବସନ୍ତ ଋତୁରେ ନୂତନ ବ୍ୟବସ୍ଥା ଲାଗୁ ହେବା ପରେ ହେରୀ ଓ ମେଗାନଙ୍କ ରାଜକୀୟ ପରିବାର ସକ୍ରିୟ ସଦସ୍ୟତା ମାନ୍ୟତା ଶେଷ ହୋଇଯିବ । ସେମାନେ କେବଳ ଡ୍ୟୁକ ଅଫ ସସେକ୍ସ ‘ହେରୀ’ ଓ ଡଚେସ ଅଫ ସସେସ୍କ ‘ମେଗନ’ ଭାବେ ପରିଚୟ ପାଇବେ । ଏହା ବ୍ୟତୀତ ଉଭୟ ରାଜକୀୟ ପରିବାର ଉପାଧୀ ବ୍ୟବହାର କରିପାରିବ ନାହିଁ । 

ପୂର୍ବରୁ ପ୍ରିନ୍ସ ହେରୀ କହିଥିଲେ ଯେ, ସେ ଏବଂ ତାଙ୍କର ପତ୍ନୀ ବ୍ରିଟେନର ଶାହୀ ପରିବାରର ବରିଷ୍ଠ ସଦସ୍ୟ ପଦ ଠାରୁ ଦୂରରେ ରହିବେ ଏବଂ ଏବେ ସେ ଆର୍ଥିକ ଭାବେ ଆତ୍ମନିର୍ଭରଶୀଳ ହେବାକୁ କାମ କରିବେ । ପ୍ରିନ୍ସ ହେରୀ ଓ ମେଗନ ସୋସିଆଲ ମିଡିଆ ପ୍ଲାଟଫର୍ମ ଇଷ୍ଟ୍ରାଗାମରେ ଯୁଗ୍ମ ବୟାନ ଜାରି କରିଥିଲେ । ସେମାନେ କହିଥିଲେ, ଆମେ ୟୁନାଇଟେଡ କିଙ୍ଗଡମ ଓ ଉତ୍ତର ଆମେରିକା ମଧ୍ୟରେ ନିଜର ସମୟ ଅତିବାହିତ କରିବାକୁ ଯୋଜନା କରୁଛୁ । ସୂଚନାଯୋଗ୍ୟ ୨୦୧୮ ମେ’ ମାସ ହେରୀ ଓ ମେଗନଙ୍କ ଶାହୀ ବିବାହ ହୋଇଥିଲା । ଏହା ପରେ ଉଭୟଙ୍କୁ ସକସେସର ଡ୍ୟୁକ ଓ ଡଚେସ ଉପାଧୀ ଦିଆଯାଇ ଥିଲା । ୨୦୧୯ ମେ’ରେ ଏହି ଦମ୍ପତ୍ତି ନିଜର ପ୍ରଥମ ସନ୍ତାନ ଆର୍ଚ୍ଚି ହାରିସନ ମାଉଣ୍ଟବେଟେନ ୱଣ୍ଡସରକୁ ଜନ୍ମ ଦେଇଥିଲେ । 

 

  • Tags: