Home > ଅନ୍ତରାଷ୍ଟ୍ରୀୟ
ୟୁରୋପୀୟ ସଂସଦରେ ଅଣାଗଲା ସିଏଏ ବିରୋଧରେ ପ୍ରସ୍ତାବ, ଭାରତ କହିଲା- ଆମର ଆଭ୍ୟନ୍ତରୀଣ ମାମଲା
Khabar Odisha:International-European-parliament-to-debate-on-anti--Citizen-Amendment-Act-resolution

ଲଣ୍ଡନ, ଜାନୁଆରୀ ୨୭ (ଖବର ଓଡ଼ିଶା): ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଦେଶର କିଛି ସ୍ଥାନରେ ହଙ୍ଗାମା ଦେଖାଯାଇଥିବା ବେଳେ ଏହି ପ୍ରସଙ୍ଗ ୟୁରୋପୀୟ ସଂସଦ ପର୍ଯ୍ୟନ୍ତ ପହଞ୍ଚିଛି । ୟୁରୋପୀୟ ସଂସଦର ସିଏଏ ବିପକ୍ଷରେ ଉପସ୍ଥାପନ କରାଯାଇଥିବା ପ୍ରସ୍ତାବ ଉପରେ ବିତର୍କ ଓ ମତଦାନ କରାଯିବ ସଂସଦରେ ଚଳିତ ସପ୍ତାହର ଆରମ୍ଭରେ ୟୁରୋପୀୟ ୟୁନାଇଟେଡ ଲେଫ୍ଟ/ନାର୍ଡିକ ଗ୍ରୀନ (ଲେଫ୍ଟ/ଏନଜିଏଲ) ଗୋଷ୍ଠୀ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ଏହାରି ଉପରେ ବୁଧବାର ବିତର୍କ ହେବ ଏବଂ ଦିନକ ପରେ ମତଦାନ ହେବ । ଭାରତ ଏହାରି ଉପରେ ଆପତ୍ତି ଆଣିଛନ୍ତି । 

ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂତ୍ର ଅନୁସାରେ ନୂତନ ନାଗରିକତା ଆଇନ ସଂପୂର୍ଣ୍ଣ ଭାରତର ଆଭ୍ୟନ୍ତରୀଣ ମାମଲା । ଜଣେ ଅଧିକାରୀ କହିଛନ୍ତି, ଆମେ ଆଶା କରୁଛୁ ଯେ, ୟୁରୋପୀୟ ସଂଗଠନରେ ଏହି ପ୍ରସ୍ତାବକୁ ଆଣିଥିବା ଲେକେ ଓ ସମର୍ଥନ କରୁଥିବା ଲୋକ ସମସ୍ତ ତଥ୍ୟକୁ ବୁଝିବାକୁ ଭାରତ ସହିତ ସଂପର୍କ କରିବେ । ଯେଭଳି ଗଣତାନ୍ତ୍ରିକ ଦେଶରେ ପ୍ରଶ୍ନ ଛିଡ଼ା କରାଯାଇଛି, ୟୁରୋପୀୟ ସଂଗଠନକୁ ଏହାରି ଉପରେ କାର୍ଯ୍ୟାନୁଷ୍ଠାନ ନ କରିବା ଦରକାର । ଏହି ପ୍ରସ୍ତାବରେ ସଂଯୁକ୍ତ ରାଷ୍ଟ୍ରର ଘୋଷଣାପତ୍ର, ମାନବାଧିକାରର ସାର୍ବଭୌମିକ ଘୋଷଣା (ୟୁଡିଏଚଆର) ଧାରା ୧୫ ବ୍ୟତୀତ ୨୦୧୫ରେ ଦସ୍ତଖତ କରାଯାଇଥିବା ଭାରତ-ୟୁରୋପୀୟ ସଂଘ ସାମରିକ ଭାଗିଦାରୀ ସଂଯୁକ୍ତ କାର୍ଯ୍ୟ ଯୋଜନା ଓ ମାନବାଧିକାର ଉପରେ ୟୁରୋପୀୟ ସଂଘ-ଭାରତ ବିଷୟକୁ ସମ୍ବାଦକୁ ସମର୍ଥନ କରିଛି । 

ପ୍ରସ୍ତାବରେ ଭାରତ ତରଫରୁ ଅପିଲ କରାଯାଇଛି ଯେ, ସିଏଏ ବିରୋଧରେ ପ୍ରଦର୍ଶନ କରୁଥିବା ଲୋକେ ରଚନାତ୍ମକ ଆଲୋଚନା ହେଉ ଏବଂ ଭେଦଭାବପୂର୍ଣ୍ଣ ସିଏଏକୁ ନିରସ୍ତ କରିବା ନେଇ ସେମାନଙ୍କ ଦାବି ଉପରେ ବିଚାର କରାଯାଉ । ପ୍ରସ୍ତାବରେ କୁହାଯାଇଛି ଯେ, ସିଏଏ ଭାରତରେ ନାଗରିକତା ନିର୍ଦ୍ଧାରଣ କରିବା ଶୈଳୀ ବିପଦପୂର୍ଣ୍ଣ ପରିବର୍ତ୍ତନ କରିବ । ଏହାଦ୍ୱାରା ନାଗରିକତା ବିହୀନ ଲୋକଙ୍କ ସଂପର୍କରେ ବଡ଼ ସଙ୍କଟ ବିଶ୍ୱରେ ସୃଷ୍ଟି ହୋଇପାରେ । 

ଦିନକୁ ପୂର୍ବରୁ ଆମେରିକାର ଶୀର୍ଷ କୁଟନୀତିଜ୍ଞ ମଧ୍ୟ ଭାରତକୁ ନେଇ ଟିପ୍ପଣୀ କରିଥିଲେ । ଦକ୍ଷିଣ ଏବଂ ମଧ୍ୟ ଏସିଆ ପାଇଁ କାର୍ଯ୍ୟକାରୀ ସହକାରୀ ବିଦେଶ ମନ୍ତ୍ରୀ ଏଲିସ ୱେଲ୍ସ କହିଥିଲେ, ଆଇନଗତ ଦୃଷ୍ଟିରୁ ସମସ୍ତଙ୍କୁ ସଂରକ୍ଷଣ ଦିଆଯାଉ ।  

 

  • Tags: