Home > ଅନ୍ତରାଷ୍ଟ୍ରୀୟ
କାବୁଲସ୍ଥିତ ଆମେରିକୀୟ ଦୂତାବାସ ନିକଟରେ ବିସ୍ଫୋରଣ
Khabar Odisha:International-Explosion-occurs-in-Kabul-near-US-embassy-No-organization-for-responsibility

କାବୁଲ, ସେପ୍ଟେମ୍ବର ୧୧ (ଖବର ଓଡ଼ିଶା): ଆଫଗାନିସ୍ତାନର ରାଜଧାନୀ କାବୁଲସ୍ଥିତ ଆମେରିକୀୟ ଦୂତାବାସ ନିକଟରେ ବୁଧବାର ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣ ଘଟଣା ଘଟିଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବିସ୍ଫୋରଣ ସଂପର୍କିତ ଫଟୋରେ ଯାହା ଜଣାପଡୁଛି, ବିସ୍ଫୋରଣର ମାତ୍ରା ଅତି ଭୟଙ୍କର ଥିଲା । ଆମେରିକୀୟ ଦୂତାବାସ ନିକଟରୁ ଧୂଆଁ ନିର୍ଗତ ହେଉଥିଲା । ଏହି ଅଞ୍ଚଳରେ ଅନ୍ୟ ଦେଶର ଦୂତାବାସଗୁଡ଼ିକ ମଧ୍ୟ ରହିଛି । 

ରିପୋର୍ଟ ଅନୁସାରେ ୯/୧୧ ଆକ୍ରମଣର ୧୮ ବର୍ଷ ପୂର୍ତ୍ତି ଅବସରରେ ଏହି ବିସ୍ଫୋରଣ ହୋଇଛି । ଏହା ଏକ ରକେଟ ବିସ୍ଫୋରଣ ବୋଲି ଜିହ୍ନୁଆ ରିପୋର୍ଟ କରିଛି । ମାତ୍ର ଖୁସିର କଥା ଯେ, ବିସ୍ଫୋରଣରେ କାହାର କୌଣସି କ୍ଷତି ଘଟି ନାହିଁ । ଏହି ବିସ୍ଫୋରଣ ନେଇ କୌଣସି ସଂଗଠନ ନିଜକୁ ଦାୟୀ କରି ନାହାନ୍ତି । 

  • Tags: