Home > ଅନ୍ତରାଷ୍ଟ୍ରୀୟ
ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ନେଇ ପାକିସ୍ତାନ ନେଉନାହିଁ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଏଫଏଟିଏଫ
Khabar Odisha:International-FATF-apg-report-says-Pakistan-did-not-take-sufficient-measures-to-stop-terror-funding-and-terror-groups

ନୂଆଦିଲ୍ଲୀ, ଅକ୍ଟୋବର ୦୭ (ଖବର ଓଡ଼ିଶା): ଫାଇନାନସିଆଲ ଆକ୍ସନ ଟାକ୍ସ ଫୋର୍ସ (ଏଫଏଟିଏଫ)ର ପ୍ୟାରିସରେ ହେବାକୁ ଥିବା ବୈଠକ ପାଖେଇ ଆସୁଛି । ଏହା ପୂର୍ବରୁ ପାକିସ୍ତାନକୁ ଏକ ଶକ୍ତ ଝଟକା ଲାଗିଛି । ବିଶ୍ୱବ୍ୟାପୀ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଥିବା ନେଇ ଦୃଷ୍ଟି ରଖୁଥିବା ସଂସ୍ଥା ‘ଏଫଏଟିଏଫ’ର ଏସିଆ ପେସିଫିକ ଗୃପ କହିଛି, ପାକିସ୍ତାନ ସଂଯୁକ୍ତ ରାଷ୍ଟ ସିକ୍ୟୁରିଟି କାଉନସିଲ ରିଜିଓଲ୍ୟୁଶନ ୧୨୬୭କୁ ଲାଗୁ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁ ନାହିଁ । ସଂଯୁକ୍ତ ରାଷ୍ଟ୍ର ଦ୍ୱାରା କଟକଣା କରାଯାଇଥିବା ଆତଙ୍କବାଦୀ, ହାଫିଜ ସୟଦ, ମସୁର ଆଜହର ଓ ଏଲଇଟି, ଜେୟୁଡି ଓ ଆଫଆଇଏଏଫ ଭଳି ଆତଙ୍କବାଦୀ ସଂଗଠନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉନାହିଁ । 

ସୂଚନାଯୋଗ୍ୟ ଚଳିତ ମାସ ୧୩ରୁ ୧୮ ତାରିଖ ମଧ୍ୟରେ ଏଫଏଟିଏଫ ବୈଠକ ହେବାର ଅଛି, ଯେଉଁଥିରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବାକୁ ନେଇ ପାକିସ୍ତାନ ଉପରେ ନିଷ୍ପତ୍ତି ନିଆଯିବ । ମାତ୍ର ଏନିଜିର ଏହି ନୂଆ ରିପୋର୍ଟରେ ପାକିସ୍ତାନକୁ ବଡ଼ ଝଟକା ମିଳିଛି । ଏହା ଦ୍ୱାରା ଏବେ ତା’ର କଳା ତାଲିକାରେ ସାମିଲ ହେବା ୨ ଗୁଣ ବିପଦ ବଢ଼ିଛି । 

ଏଫଏଟିଏଏଫ ହେଉଛି ପ୍ୟାରିସସ୍ଥିତ ସ୍ଥାନୀୟ ସରକାରୀ ସଂସ୍ଥା । ଏହାର କାମ ହେଉଛି, ବେଆଇନଭାବେ ବ୍ୟବହାର ହେଉଥିବା ଆର୍ଥିକକୁ କଟକଣା କରିବା । ବର୍ଷ ୧୯୮୯ରେ ଏହାକୁ ଗଠନ କରାଯାଇଥିଲା । ଏଫଏଟିଏଫର ଗ୍ରେ ଅଥବା ବ୍ଲାକ ତାଲିକାରେ ସାମିଲ ହେଉଥିବା ଦେଶକୁ ଅନ୍ତର୍ଜାତୀୟ ସଂସ୍ଥାରୁ ଋଣ ମିଳିବା ବହୁ ଅସୁବିଧା ହୋଇଥାଏ । ଏଫଏଟିଏଫ ପାକିସ୍ତାନକୁ ଆତଙ୍କବାଦୀକୁ ପାଣ୍ଠି ବନ୍ଦ କରାଇବାରେ ବିଫଳ ହୋଇଛି । ବର୍ଷ ୨୦୧୮ରେ ଗ୍ରେ ତାଲିକାରେ ସାମିଲ କରିଥିଲା । ଏହା ପୂର୍ବରୁ ପାକିସ୍ତାନ ୨୦୧୨ ରୁ ୨୦୧୫ ଯାଏଁ ଏଫଏଟିଏଫର ଗ୍ରେ ତାଲିକାରେ ସାମିଲ ଥିଲା ।  

  • Tags: