Home > ଅନ୍ତରାଷ୍ଟ୍ରୀୟ
ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ନାକାସୋନଙ୍କ ୧୦୧ ବର୍ଷ ବୟସରେ ପରଲୋକ
Khabar Odisha:International-Former-Japanese-Prime-Minister-Nakasone-died-at-age-101

ଟୋକିଓ, ନଭେମ୍ବର ୩୦ (ଖବର ଓଡ଼ିଶା): ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ୟାସୁହିରୋ ନାକାସୋନଙ୍କ ୧୦୧ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗଣମାଧ୍ୟମକୁ ଶୁକ୍ରବାର ଏହି ସୂଚନା ମିଳିଛି। ନାକାସୋନ ୧୯୮୨ ନଭେମ୍ବରରୁ ୧୯୮୭ ଯାଏଁ ଜାପାନର ପ୍ରଧାନମନ୍ତ୍ରୀ ଭାବେ ସେବା ଦେଇଛନ୍ତି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜାପାନର ପ୍ରତିରକ୍ଷା ବ୍ୟବସ୍ଥାକୁ ସଂପ୍ରସାରଣ କରିବା ଦିଗରେ ସେ କାମକରି ଅଧିକ ଜଣାଶୁଣା ହୋଇପାରିଛନ୍ତି। ନାକାସୋନ ସ୍ଥାନୀୟ ସମୟ ଅନୁସାରେ ପୂର୍ବାହ୍ନ ୭ଟାରେ ଟୋକିଓସ୍ଥିତ ଏକ ହସ୍ପିଟାଲରେ ଶେଷ ନିଃଶ୍ୱାସ ନେଇଥିଲେ।

ରାଜନୀତିରେ ଜଣେ ମଜବୁତ ବ୍ୟକ୍ତି ଭାବେ ସେ ଜଣାଶୁଣା ଥିଲେ। ସେହିପରି ସେ ଜଣେ କୁଟନୀତିଜ୍ଞ ହୋଇଥିବାରୁ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ରୋନାଲ୍ଡୋ ରିଗନଙ୍କ ସହିତ ୧୯୮୦ ଦଶକରେ ସଂପର୍କ ରଖିପାରିଥିଲେ। ନିଜର କାର୍ଯ୍ୟକାଳ ସମୟରେ ଜାପାନର ରାଷ୍ଟ୍ରୀୟ ରେଳବାଇ ପ୍ରଣାଳୀକୁ ଘରୋଇକରଣ କରିବା ଦିଗରେ କାମ କରିଥିଲେ। ସେ ୧୯୧୮ରେ ଗୁମନା ରାଜ୍ୟର ତକାସାକି ସହରରେ ଜନ୍ମଗ୍ରହଣ କରିଥିଲେ। ବର୍ଷ ୧୯୪୭ରେ ରାଜନୀତିରେ ପ୍ରବେଶ କରି ସଂସଦର ନିମ୍ନଗୃହର ଏକ ଆସନ ହାସଲ କରିଥିଲେ। ସବୁଠାରୁ ବଡ଼କଥା ଯେ, ସେ କ୍ରମାଗତ ଭାବେ ୨୦ ଥର ନିର୍ବାଚନରେ ବିଜୟୀ ହୋଇଥିଲେ।

 

  • Tags: