Home > ଅନ୍ତରାଷ୍ଟ୍ରୀୟ
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଲା, ହସ୍ପିଟାଲରେ ଭର୍ତ୍ତି
Khabar Odisha:International-Former-Pakistan-PM-nawaz-sharif-platelet-count-critically-low-hospitalised

ଲାହୋର, ଅକ୍ଟୋବର ୨୨ (ଖବର ଓଡ଼ିଶା): ଜେଲରେ ଦିନ କାଟୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବା ପରେ ତାଙ୍କୁ ସୋମବାର ରାତି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତିନି ଥର ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିବା ସରିଫଙ୍କ ପ୍ଲେଟଲେଟ କାଉଣ୍ଟ ବହୁତ କମ ହୋଇଯାଇଥିଲା, ଯେଉଁଥି ପାଇଁ ଡାକ୍ତର ତାଙ୍କୁ ଜରୁରୀକାଳୀନ ଭିତ୍ତିରେ ହସ୍ପିଟାଲରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ । 

ନୱାଜ ଶରିଫଙ୍କ ବ୍ୟକ୍ତିଗତ ଡାକ୍ତର ଅଦନାନ ଖାନ ସୋମବାର ଟୁଇଟ କରି କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ପ୍ଲେଟଲେଟ କାଉଣ୍ଟ ବହୁତ କମ ହୋଇଯାଇଛି ଏବଂ ତାଙ୍କୁ ଜରୁରୀକାଳୀନ ଭିତ୍ତିରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ କହିଛନ୍ତି ଯେ, ସେ ଶରିଫ (୬୯)ଙ୍କୁ ଲାହୋରସ୍ଥିତ ନ୍ୟାସନାଲ ଆକାଉଣ୍ଟିବିଲିଟି ବ୍ୟୁରୋ (ନାବ) କାର୍ଯ୍ୟାଳୟରେ ଭେଟିଛନ୍ତି ଏବଂ ସେ ରୋଗୀ ଭଳି ଜଣାପଡୁଛନ୍ତି । ସେ କହିଛନ୍ତି, ତାଙ୍କୁ (ନୱାଜ ଶରିଫ) ବିଭିନ୍ନ ପ୍ରକାରର ରୋଗର ସମ୍ମୁଖୀନ ହୋଇଛନ୍ତି । ତାଙ୍କର ସ୍ୱାସ୍ଥ୍ୟଗତ ଅନେକ ସମସ୍ୟା ରହିଛି । ତେଣୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବିରୋଧୀ ପିଏମଏଲ-ଏନ ଅଧ୍ୟକ୍ଷ ଓ ନୱାଜ ସରିଫଙ୍କ ଭାଇ ଶାହବାଜ ଶରିଫ ଅଭିଯୋଗ ଆଣିଛନ୍ତି ଯେ, ତାଙ୍କ ଭାଇର ସ୍ୱାସ୍ଥ୍ୟ ଖରାପ ଥିଲେ ହେଁ, ତାଙ୍କୁ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ନାହିଁ । ସେ କହିଛନ୍ତି ଯଦି ନୱାଜ ଶରିଫଙ୍କ କିଛି ହୋଇଯାଏ ତା’ ହେଲେ ଏଥି ପାଇଁ ପ୍ରଧାନମନ୍ତ୍ରୀ ଇମରାନ ଖାନ ଦାୟୀ ହେବେ । ସୂଚନାଯୋଗ୍ୟ ଶରିଫ ଦୁର୍ନୀତି ମାମଲାରେ ୭ ବର୍ଷ ଯାଏଁ ଜେଲରେ ରହିବେ । 

  • Tags: