Home > ଅନ୍ତରାଷ୍ଟ୍ରୀୟ
କରୋନା ଭାଇରସ: କ୍ୱାରେଣ୍ଟାଇନରେ ରହିଲେ ଜର୍ମାନୀର ଚାନସେଲର ଏଞ୍ଜେଲା ମର୍କେଲ
Khabar Odisha:International-German-chancellor-Angela-Merkel-quarantined-after-doctor-who-attended-her-tested-positive-for-coronavirus

ନୂଆଦିଲ୍ଲୀ, ମାର୍ଚ୍ଚ ୨୩ (ଖବର ଓଡ଼ିଶା): ବିଶ୍ୱର ଅଧିକାଂଶ ସ୍ଥାନକୁ କରୋନା ଭାଇରସ ପହଞ୍ଚି ସାରିଛି । ଫଳରେ ପ୍ରାୟ ସାଢ଼େ ୩ ଲକ୍ଷ ଲୋକ ଏହି ସଂକ୍ରମଣର ସଂସ୍ପର୍ଶରେ ଆସିିଛନ୍ତି । ସଦ୍ୟତମ ରିପୋର୍ଟ ଅନୁସାରେ ଜର୍ମାନୀର ଚାନସେଲର ଏଞ୍ଜେଲା ମର୍କେଲ ମଧ୍ୟ ଏବେ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି । କିନ୍ତୁ ମର୍କେଲଙ୍କ ସ୍ୱାବ ନମୁନା ପରୀକ୍ଷା ହୋଇନାହିଁ । ମାତ୍ର ସେ କୋଭିଡ-୧୯ରେ ସଂକ୍ରମିତ ଅଛନ୍ତି ନା ନାହିଁ ଏହା ପରେ ଜଣାପଡ଼ିବ । 

ଏଞ୍ଜେଲାଙ୍କୁ କିଛି ଦିନ ପୂର୍ବରୁ ଜଣେ ଡାକ୍ତର ନ୍ୟୁମୋକୋକାଲ ଇନଫେକଶନ ପାଇଁ ଭେକସିନ ଦେଇଥିଲେ । ଏହି ଡାକ୍ତର ପରେ କରୋନା ଭାଇରସ ପଜିଟିଭ ସଂକ୍ରମଣରେ ଥିବା ଜଣାପଡ଼ିଥିଲା । ମର୍କେଲ କରୋନାରୁ ବର୍ତ୍ତିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନେଇ ସାମ୍ବାଦିକ ସମ୍ମିଳନୀ କରୁଥିଲେ । ମର୍କେଲଙ୍କ ମୁଖପାତ୍ର ସିବର୍ଟଙ୍କ ଅନୁସାରେ ମର୍କେଲ (୬୫)ଙ୍କ ସ୍ୱାବ ନମୁନା ପରୀକ୍ଷା କରାଯିବ । ସେ ଏବେ ନିଜ ଘରୁ କାମ କରୁଛନ୍ତି ।

ସୂଚନାଯୋଗ୍ୟ ଜର୍ମାନୀରେ ଏପର୍ଯ୍ୟନ୍ତ ୨୪ ହଜାର ୮୦୬ ଜଣ କରୋନା ପଜିଟିଭ ଦେଖାଯାଇଛନ୍ତି ଏବଂ ୨୬୬ ଜଣ ଠିକ ହୋଇଛନ୍ତି । ୟୁରୋପ ଏବେ କରୋନା ଭାଇରସର ଗଡ଼ ପାଲଟିଛି । ଇଟାଲୀ, ସ୍ପେନ ଓ ଜର୍ମାନୀ ସବୁଠାରୁ ଅଧିକ ପ୍ରଭାବିତ ଦେଶର ତାଲିକାରେ ସାମିଲ ହୋଇଛି । ଇଟାଲୀରେ ରବିବାର ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୫୫୦୦ ନିକଟତର ହୋଇଛି ।  

 

  • Tags: