Home > ଅନ୍ତରାଷ୍ଟ୍ରୀୟ
କରୋନା ପ୍ରଭାବ: ଅନ୍ତର୍ଜାତୀୟ ମୁଦ୍ରାକୋଷରୁ ଆର୍ଥିକ ସହାୟତା ପାଇଁ ଆଶା ରଖିଲେ ୮୦ ଦେଶ
Khabar Odisha:International-IMF-chief-Kristalina-Georgieva-says-we-are-in-global-recession-amid-coronavirus-pandemic

ୱାଶିଂଟନ, ମାର୍ଚ୍ଚ ୨୮ (ଖବର ଓଡ଼ିଶା): ଅନ୍ତର୍ଜାତୀୟ ମୁଦ୍ରା କୋଷ (ଆଇଏମଏଫ)ର ମୁଖ୍ୟ କିଷ୍ଟଲିନା ଜର୍ଜିଭା ଶୁକ୍ରବାର କହିଛନ୍ତି, କରୋନା ଭାଇରସ ମହାମାରୀ ଯୋଗୁଁ ବିଶ୍ୱର ଅର୍ଥବ୍ୟବସ୍ଥା ସଂକଟ ସ୍ଥିତିଆଡକୁ ଅଗ୍ରସର ହେଉଛି । ବିକାଶଶୀଳ ଦେଶଗୁଡ଼ିକ ପାଇଁ ବଡ଼ଧରଣର ପାଣ୍ଠିର ଆବଶ୍ୟକତା ଅଛି । ଗଣମାଧ୍ୟମକୁ ସେ କହିଛନ୍ତି, ଏହା ସ୍ପଷ୍ଟ ହୋଇଯାଇଛି ଯେ, ଆମେ ସଂକଟଆଡ଼କୁ ଅଗ୍ରସର ହେଉଛୁ । ବର୍ତ୍ତମାନର ସ୍ଥିତି ୨୦୦୯ରେ ଦେଖାଯାଇଥିବା ଗ୍ଲୋବାଲ ଆର୍ଥିକ ସ୍ଥିତିଠାରୁ ଅଧିକ ଖରାପ ।   

ଜର୍ଜିଭା କହିଛନ୍ତି, ବିଶ୍ୱବ୍ୟାପି ଆର୍ଥିକ ଗତିବିଧି ଅଚାନକ ଠପ ହେବା ସହ ଏହି ସଂକଟରୁ ଓହରିବା ପାଇଁ ୨୫୦୦ ମିଲିୟନ  ଡଲାର ଆର୍ଥିକ ପୋଷଣ ପାଇଁ ଆବଶ୍ୟକ ହେବ । ମାତ୍ର ସେ କହିଛନ୍ତି, ଏହି ତଥ୍ୟ କମ । ଏପର୍ଯ୍ୟନ୍ତ ୮୦ରୁ ଅଧିକ ଦେଶ ମୁଦ୍ରାକୋଷରୁ ଜରୁରୀ ସହୟତା ପାଇବାକୁ ଆଶା ରଖିଛନ୍ତି । 

ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ କରୋନା ଯୋଗୁଁ ୧୭୫ରୁ ଅଧିକ ଦେଶ ପ୍ରଭାବିତ ହୋଇଛନ୍ତି । ସମଗ୍ର ବିଶ୍ୱରେ କରୋନା ଭାଇରସ କାରଣରୁ ୫ ଲକ୍ଷ ୯୪ ହଜାର ୪୪୯ ଲୋକ ସଂକ୍ରମିତ ହୋଇଛନ୍ତି । ୧ ଲକ୍ଷ ୩୩ ହଜାର ୬ ଜଣ ସୁସ୍ଥ ହୋଇଛନ୍ତି । କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ୨୭ ହଜାର ୨୫୫ ହୋଇଛି । ଭାରତରେ ମୃତ୍ୟୁ ସଂଖ୍ୟା ୨୦ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୮୮୭ ।

 

  • Tags: