Home > ଅନ୍ତରାଷ୍ଟ୍ରୀୟ
ଇସିଏଲ୍‌ ତାଲିକାରେ ଥିବାରୁ ଚିକିତ୍ସା ଲାଗି ଲଣ୍ଡନ ଯାଇପାରୁ ନାହାନ୍ତି ନଓ୍ଵାଜ ଶରିଫ
Khabar Odisha:International-Imran-Khan-cabinet-gives-not-approval-to-remove-Nawaz-name-from-ECL

ଇସଲାମାବାଦ, ନଭେମ୍ବର ୧୩ (ଖବର ଓଡ଼ିଶା): ଗୁରୁତର ଅସୁସ୍ଥ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ନଓ୍ଵାଜ ଶରିଫ ଇସିଏଲ ତାଲିକାରେ ଥିବାରୁ ଅଧିକ ଚିକିତ୍ସା ପାଇଁ ଲଣ୍ଡନ ଯାଇପାରୁ ନାହାନ୍ତି। ସରକାର ତାଙ୍କର ନାମ ଏଗଜିଟ କଣ୍ଟ୍ରୋଲ ତାଲିକାରୁ ବାହାର କରିବା ନେଇ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ଏହି ପ୍ରସଙ୍ଗରେ କ୍ୟାବିନେଟର ଉପକମିଟି ମଙ୍ଗଳବାର ବୈଠକରେ ମଧ୍ୟ କୌଣସି ନିଷ୍ପତ୍ତି ହୋଇପାରି ନାହିଁ। ଇସିଏଲରେ ସେହି ଲୋକମାନଙ୍କ ନାମ ସାମିଲ ହୋଇଛି, ଯେଉଁମାନେ ଅପରାଧିକ ମାମଲା ଯୋଗୁଁ ପାକିସ୍ତାନରୁ ବାହାରକୁ ଯାଇପାରିବେ ନାହିଁ। ଦୁର୍ନୀତି ମାମଲାରେ ଜଡ଼ିତ ଦୋଷୀ ସାବ୍ୟସ୍ତ ହେବା ପରେ ନଓ୍ଵାଜ ସରିଫ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି।

ନଓ୍ଵାଜଙ୍କ ଶାରୀରିକ ଅସୁସ୍ଥତାକୁ ଦୃଷ୍ଟିରେ ରଖି ଅଦାଲତ ଚିକିତ୍ସା ପାଇଁ ୮ ସପ୍ତାହ ଜାମିନ ଦେଇଛନ୍ତି। ତାଙ୍କର ପରିବାରତ ନଓ୍ଵାଜଙ୍କୁ ଲଣ୍ଡନ ନେଇ ଯିବାକୁ ଚାହୁଁଛନ୍ତି କିନ୍ତୁ ଇସିଏଲ ସଂପର୍କିତ ଆଇନ ବାଧ୍ୟତା କାରଣରୁ ମଙ୍ଗଳବାର ଏଭଳି ହୋଇପାରି ନାହିଁ। ଏହା ପୂର୍ବରୁ ଶରିଫଙ୍କ ନଭେମ୍ବର ୧୦ ଓ ୧୧ରେ ଉଡାଣ ବାତିଲ କରାଯାଇଥିଲା। ପୁଣି ମଙ୍ଗଳବାର ମଧ୍ୟ ଶରିଫ ଲଣ୍ଡନ ଯାଇ ପାରି ନାହାନ୍ତି।

ଶରିଫଙ୍କୁ ମଙ୍ଗଳବାର କତାର ଏୟାରେଓ୍ଵଜ୍‌ର ବିମାନରେ ଦୋହା ଦେଇ ଲଣ୍ଡନ ପହଂଚିବାର ଥିଲା କିନ୍ତୁ ଇସିଏଲରେ ନାମ ଥିବା ଯୋଗୁଁ ସେ ଯାଇପାରି ନାହାନ୍ତି ଓ ସୁନିଶ୍ଚିତ ଟିକେଟକୁ ପୁଣି ଥରେ ବାତିଲ କରିବାକୁ ପଡ଼ିଛି। ନଓ୍ଵାଜଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ଲଣ୍ଡନ ଯିବାରେ ବିଳମ୍ବ ହେଉଥିବାରୁ ତାଙ୍କର ଜବୀନକୁ ଅଧିକ ବିପଦ ପହଂଚୁଛି। ଲଣ୍ଡନର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିବାକୁ ସମସ୍ତ ବ୍ୟବସ୍ଥା କରାଯାଇଛି।

  • Tags: