Home > ଅନ୍ତରାଷ୍ଟ୍ରୀୟ
୨୨ରେ ଟ୍ରମ୍ପକୁ ଭେଟିବେ ଇମ୍ରାନ ଖାନ
Khabar Odisha:International-Imran-Khan-to-meet-Donald-Trump-on-July-22-White-house-confirms

ୱାଶିଂଟନ, ଜୁଲାଇ ୧୧ (ଖବର ଓଡ଼ିଶା): ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆସନ୍ତା ୨୨ ତାରିଖରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ । ଉଭୟ ଦେଶର ନେତା ୨ଟି ଦେଶର ବିକାଶ କାମ ପାଇଁ ଦ୍ୱିପାକ୍ଷୀକ ବୁଝାମଣା ସଂପର୍କରେ ଅଲୋଚନା କରିବେ । ରାଷ୍ଟ୍ରପତି ଡୋନାଲ୍ଡ ଜେ ଟ୍ରମ୍ପ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ହ୍ୱାଇଟ ହାଉସରେ ସ୍ୱାଗତ ଜଣାଇବେ । ହ୍ୱାଇଟ ହାଉସ ପକ୍ଷରୁ ବିଜ୍ଞପ୍ତି ଜାରି କରି ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି । 

ଇମ୍ରାନଙ୍କ ଆମେରିକା ଗସ୍ତରୁ ଯାହା ଜଣାପଡୁଛି ପାକିସ୍ତାନ ଓ ଆମେରିକା ମଧ୍ୟରେ ଅନେକ ଗୁଡ଼ିଏ ଦ୍ୱିପାକ୍ଷୀକ ଆଲୋଚନା ହେବ । ଏଥିରେ ଶାନ୍ତି, ଆର୍ଥିକ ମାମଲା ମଧ୍ୟ ସାମିଲ ରହିଛି । ଡୋନାଲ୍ଡ ଟ୍ରମ୍ପ କାଉଣ୍ଟର ଟେରୋରିଜିମ, ପ୍ରତିରକ୍ଷା, ଶକ୍ତି ଓ ବ୍ୟବସାୟ ନେଇ ଇମ୍ରାନଙ୍କ ସହିତ ଆଲୋଚନା କରିବେ । 

ପାକିସ୍ତାନ ତେହରିକ-ଇ-ଇନସାଫକୁ ଗତବର୍ଷ ସାଧାରଣ ନିର୍ବାଚନରେ ବିପୁଳ ବିଜୟ ମିଳିବା ପରେ ଇମ୍ରାନ ପ୍ରଧାନମନ୍ତ୍ରୀ ହୋଇଥିଲେ । ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପରେ ଇମ୍ରାନ ଖାନ ପ୍ରଥମ ଥର ପାଇଁ ସେ ଆମେରିକା ଗସ୍ତ କରୁଛନ୍ତି । 

 

  • Tags: