Home > ଅନ୍ତରାଷ୍ଟ୍ରୀୟ
ଭାରତ-ପାକିସ୍ତାନ ମଧ୍ୟରେ କମିଛି ଉତ୍ତେଜନା, ୨ ଦେଶ ଚାହିଁଲେ ସାହାଯ୍ୟ କରିବାକୁ ପ୍ରସ୍ତୁତ: ଟ୍ରମ୍ପ
Khabar Odisha:Nation-India-Pakistan-tensions-less-heated-now-than-2-weeks-ago-says-US-President-Donald-Trump

ୱାଶିଂଟନ, ସେପ୍ଟେମ୍ବର ୧୦ (ଖବର ଓଡ଼ିଶା): ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଭାରତ ଓ ପାକିସ୍ତାନ ମଧ୍ୟରେ ୨ ସପ୍ତାହ ହେବ ପୂର୍ବାପେକ୍ଷା ଉତ୍ତେଜନା ହ୍ରାସ ପାଇଛି । ଏଥି ସହିତ ପୁଣି ଥରେ ସେ କହିଛନ୍ତି ଯେ, ଯଦି ଦକ୍ଷିଣ ଏସିଆର ୨ ଦେଶ ପଡୋଶୀ ଚାହିବେ, ତା’ ହେଲେ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ ଅଛି । ଟ୍ରମ୍ପଙ୍କ ଏହି ବୟାନ ଅଗଷ୍ଟ ୨୬ରେ ଫ୍ରାନ୍ସରେ ଜି-୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭେଟର ୨ ସପ୍ତାହ ପରେ ଆସିଛି । ଏହି ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ରମ୍ପଙ୍କ ସମ୍ମୁଖରେ କହିଥିଲେ ଯେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ପ୍ରସଙ୍ଗରେ ତୃତୀୟ ଦେଶର ହସ୍ତକ୍ଷେପର ଆବଶ୍ୟକତା ନାହିଁ ।

ଟ୍ରମ୍ପ ସୋମବାର ହ୍ୱାଇଟହାଉସରେ ଗଣମାଧ୍ୟମକୁ କହିଛନ୍ତି, ଆପଣମାନେ ଜାଣିଛନ୍ତି ଯେ, କଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ରହୁଛି । ମୋ ମତରେ ୨ ସପ୍ତାହ ମଧ୍ୟରେ ଯେତିକି ଉତ୍ତେଜନା ଥିଲା, ଏବେ ସେଭଳି ପରିସ୍ଥିତି ନାହିଁ । ବର୍ତ୍ତମାନ ପରୀପ୍ରେକ୍ଷୀରେ ଉତ୍ତେଜନା ହ୍ରାସ ପାଇଛି । ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ଅଧିକାର ପ୍ରଦାନ କରୁଥିବା ଧାରା ୩୭୦ ଉଚ୍ଛେଦ ହେବା ପରେ ଭାରତ ସରକାରଙ୍କ ଦ୍ୱାରା ନିଷ୍ପଭାବୀ କରାଯିବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିଛି ।  

ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା ପାଇଁ ଅନେକ ଥର ଆଗ୍ରହ ପ୍ରକାଶ କରିଥିବା ଟ୍ରମ୍ପ ପୁଣି ଥରେ ଏହା ପୁନରାବୃତ୍ତି କରିଛନ୍ତି । ଭାରତ-ପାକିସ୍ତାନ ମଧ୍ୟରେ ସ୍ଥିତି ଆକଳନକୁ ନେଇ ପଚରାଯିବାରୁ ଟ୍ରମ୍ପ ଜବାବରେ କହିଛନ୍ତି ଯେ, ମୋତେ ଉଭୟ ଦେଶକୁ ଭଲ ଲାଗେ । ମୁଁ ସେମାନଙ୍କୁ ସହଯୋଗ କରିବାକୁ ପ୍ରସ୍ତୁତ ଅଛି । ଯଦି ସେମାନେ ଚାହିଁବେ, ମୋ ତରଫରୁ କୌଣସି ଅସୁବିଧା ନାହିଁ । ସେମାନେ ଜାଣିଛନ୍ତି ଯେ, ତାଙ୍କ ପାଖରେ ଏହି ପ୍ରସ୍ତାବ ରହିଛି ।

ସୂଚନାଯୋଗ୍ୟ ଗତ ଜୁଲାଇ ମାସରେ ପାକିସ୍ତାନ ପ୍ରଧନମନ୍ତ୍ରୀ ଇମରାନ ଖାନଙ୍କ ଆମେରିକା ଗସ୍ତ ସମୟରେ ଟ୍ରମ୍ପ କଶ୍ମୀର ପ୍ରସଙ୍ଗ ନେଇ ଉଭୟ ଦେଶ ମଧ୍ୟରେ ମଧ୍ୟସ୍ଥତା ପ୍ରସ୍ତାବ ରଖିଥିଲେ । ଭାରତ ଏହାକୁ ଦ୍ୱିପାକ୍ଷୀକ ପ୍ରସଙ୍ଗ କହି ଖାରଜ କରି ଦେଇଥିଲା । ଭାରତ ଟ୍ରମ୍ପଙ୍କ ଏହି ପ୍ରସ୍ତାବକୁ ଜୋରଦାର ଖଣ୍ଡନ କରିଥିଲା ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟସ୍ଥତା ପାଇଁ କହିଥିଲେ । ଗତ ମାସରେ ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ ଫ୍ରାନ୍ସରେ ଭେଟ ହୋଇଥିଲା । ସେହି ସମୟରେ ଟ୍ରମ୍ପ କହିଥିଲେ ଯେ, ଭାରତ-ପାକିସ୍ତାନକୁ କଶ୍ମୀର ପ୍ରସଙ୍ଗର ସମାଧାନ କରିବାକୁ ହେବ । 

  • Tags: