Home > ଅନ୍ତରାଷ୍ଟ୍ରୀୟ
ଇରାନରେ ୪୦ ବର୍ଷ ପରେ ମହିଳାଙ୍କୁ ମିଳିଲା ସ୍ୱାଧୀନତା, ଷ୍ଟାଡିୟମରେ ଦେଖିବେ ମ୍ୟାଚ
Khabar Odisha:International-Iran-finally-opens-stadiums-to-women-from-today-see-football-match

ତେହରାନ, ଅକ୍ଟୋବର ୧୦ (ଖବର ଓଡ଼ିଶା): ଋଢ଼ିବାଦୀ ଇସଲାମିକ ଦେଶ ଇରାନରେ ମହିଳାଙ୍କୁ ଷ୍ଟାଡିୟମରେ ବସି ଫୁଟବଲ ମ୍ୟାଚ ଦେଖିବାକୁ ଅନୁମତି ମିଳିଛି । ଏଥିପାଇଁ ମହିଳାଙ୍କୁ ୪୦ ବର୍ଷ ଯାଏଁ ଅପେକ୍ଷା କରିବାକୁ ପଡ଼ିଛି । ମାତ୍ର ଏବେ ବି କିଛି ମହିଳାଙ୍କୁ ଆଶଙ୍କା ହେଉଛି ଯେ, କମ୍ବୋଡିଆ ବିପକ୍ଷରେ ହେବାକୁ ଥିବା ଏହି ମ୍ୟାଚରେ ପ୍ରବେଶ ମିଳିବ ନାହିଁ । ସୂଚନାଯୋଗ୍ୟ ଗ୍ଲୋବାଲ ଫୁଟବଲ ସଂସ୍ଥା ଫିଫାର ଚାପରେ ଇରାନ ସରକାରକୁ ତେହରାନସ୍ଥିତ ଆଜାଦୀ ଷ୍ଟାଡିୟମରେ ମହିଳା ଦର୍ଶକଙ୍କ ପାଇଁ ସିଟ ସଂରକ୍ଷଣ କରିବାକୁ ପଡ଼ିଛି । ଏହି ଷ୍ଟାଡିୟମରେ ୭୮ ହଜାର ଲୋକ ବସିପାରିବେ । 

କମ୍ବୋଡି୍ଆ ବିପକ୍ଷରେ ଗୁରୁବାର ଠାରୁ ଆରମ୍ଭ ହେଉଥିବା ବିଶ୍ୱକପ ୨୦୨୨ ଯୋଗ୍ୟତା ମ୍ୟାଚର ଟିକେଟ ମହିଳାମାନେ କିଣିଛନ୍ତି । ପ୍ରଥମ ବ୍ୟାଚର ଟିକେଟ ଅଧ ଘଣ୍ଟା ମଧ୍ୟରେ ବିକ୍ରି ଶେଷ ହୋଇଛି । ସୂଚନାଯୋଗ୍ୟ ଗତ ଥର ମ୍ୟାଚରେ ମହିଳାମାନେ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବାକୁ ଉଦ୍ୟ କରିଥିଲେ । ମାତ୍ର ପ୍ରଶାସନ ମହିଳାଙ୍କୁ ହେପାଜତକୁ ନେଇଥିଲା । ଏହାକୁ ନେଇ ପ୍ରବଳ ଉତ୍ତେଜନା ଲାଗିଥିଲା । ଏହା ପରେ ମହିଳାମାନେ ମ୍ୟାଚ ଦେଖିବାକୁ ଚାପ ପ୍ରୟୋଗ କରିଥିଲେ । ଫିଫା ଇରାନକୁ କହିଥିଲା ଯେ, ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ମହିଳାଙ୍କୁ ପ୍ରବେଶ ଅନୁମତି ଦିଆଯାଉ । 

 

  • Tags: