Home > ଅନ୍ତରାଷ୍ଟ୍ରୀୟ
ପ୍ରଦର୍ଶନ କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଇସ୍ତଫା ଦାବି କଲେ ମୌଲାନା ଫଜଲୁର
Khabar Odisha:International-Maulana-Fazal-Ur-Rehman-announced-plan-B-at-Azadi-march-Jalsa

ଇସଲାମାବାଦ, ନଭେମ୍ବର ୧୪ (ଖବର ଓଡ଼ିଶା): ପାକିସ୍ତାନରେ ବିରୋଧୀ ଦଳ ଜମିୟତ ଉଲେମା  ଇସ୍‌ଲାମ-ଏଫ୍‌ (ଜେୟୁଆଇ-ଏଫ) ଇସଲାମାବାଦରେ ଧାରଣା ଶେଷ କରି ନିଜର ପ୍ଲାନ-ବି ଅନୁସାରେ ବୁଧବାର ଦେଶର ଅନେକ ଜାତୀୟ ରାଜପଥକୁ ଅବରୋଧ କରିଛି। ଏଥିରେ ବେଲୁଚିସ୍ତାନର ରଣନୀତି ଭାବେ ଗୁରୁତ୍ୱପୂର୍ଣ୍ଣ କୁଏତ ଜାତୀୟ ରାଜପଥ ସାମିଲ ରହିଛି। ମୌଲାନା ଫଜଲ ବୁଧବାର ଆଜାଦୀ ମାର୍ଚ୍ଚ ପ୍ରଦର୍ଶନକାରୀଙ୍କୁ ସମ୍ବୋଧିତ କରି ଧାରଣା ଶେଷ କରିବାକୁ ଘୋଷଣା କରିଛନ୍ତି। ଏଥି ସହିତ ସେ କହିଛନ୍ତି, ଏବେ ଧାରଣା ସହ ପ୍ରଦର୍ଶନ ଦେଶବ୍ୟାପୀ କରାଯିବ।

ସେ କହିଛନ୍ତି ଯେ, ସରକାର ଚାହୁଁଥିଲା ଯେ, ଆମେ ଏଠାରୁ ଉଠିବା ଏବଂ ସରକାରକୁ ଆଶ୍ୱସ୍ତି ମିଳି ଯାଇଥିଲା। ମାତ୍ର ଏବେ ଆମେ ଧାରଣା-ପ୍ରଦର୍ଶନକୁ ଗଲି ଗଲିରେ ବିସ୍ତାର କରିବା। ମୌଲାନା କହିଛନ୍ତି, ଆମେ ଏଠାରୁ ଯିବା ଏବଂ ଯେଉଁ କର୍ମୀମାନେ ସଡ଼କ ଅବରୋଧ କରିଛନ୍ତି, ସେମାନଙ୍କୁ ଭେଟିବା। ପ୍ଲାନ-ବି ଅନୁସାରେ ରାଜ୍ୟରେ ଆମର ସାଥୀମାନେ ସଡ଼କକୁ ଓହ୍ଲାଇଛନ୍ତି। ଆମେ ଭାଙ୍ଗିଯାଉଥିବା କାନ୍ଥକୁ ଆଉ ଏକ ଶକ୍ତ ଧକ୍କା ଦେବା।

 

  • Tags: