Home > ଅନ୍ତରାଷ୍ଟ୍ରୀୟ
ପାକିସ୍ତାନରେ ସଫଳତାର କାହାଣୀ ଲେଖୁଛନ୍ତି ହିନ୍ଦୁ ଝିଅ, ଜାଣନ୍ତୁ ପୁଷ୍ପାଙ୍କ ସଫଳତାର ସୂତ୍ର
Khabar Odisha:International-Minority-hindu-women-making-strides-in-government-jobs-in-Pakistan

ଇସଲାମାବାଦ, ସେପ୍ଟେମ୍ବର ୦୬ (ଖବର ଓଡ଼ିଶା): ପାକିସ୍ତାନରେ ସଂଖ୍ୟାଲଘୁ ସଂପ୍ରଦାୟ ମୁଖ୍ୟତଃ ହିନ୍ଦୁ ମହିଳାମାନେ ଅବହେଳାର ଶିକାର ହୋଇଥାନ୍ତି । ମାତ୍ର ଏବେ ହିନ୍ଦୁ ମହିଳାଙ୍କୁ ସଫଳତା ମିଳୁଥିବା ଦେଖାଯାଉଛି । ପୁଷ୍ପା କୋହଲି ହେଉଛନ୍ତି, ଏହାର ଜ୍ୱଳନ୍ତ ଉଦାହରଣ । ୨୯ ବର୍ଷୀୟ ପୁଷ୍ପା ପାକିସ୍ତାନର କୋହଲି ସଂପ୍ରଦାୟରୁ ଆସନ୍ତି । ତାଙ୍କର ସଂପ୍ରଦାୟକୁ ପାକିସ୍ତାନ ସରକାର ଅନୁସୂଚିତ ଜାତିରେ ସାମିଲ କରିଛି । ପୁଷ୍ପା ସିନ୍ଧରେ ପ୍ରଭିଶିଆଲ କମ୍ପିଟେଟିଭ ପରୀକ୍ଷାରେ ପାସ କରିଛନ୍ତି ଏବଂ ସିନ୍ଧୁ ପୋଲିସରେ ଆସିଷ୍ଟାଣ୍ଟ ସବ କନଷ୍ଟେବଲ ହୋଇପାରିଛନ୍ତି ।

ସେହିଭଳି ଚଳିତ ବର୍ଷ ଜାନୁଆରୀରେ ସୁମନ ପୱନ ବୋଦାନୀ ଇତିହାସ ରଚିଥିଲେ । ସବିଲ ଜଜ ହେବାରେ ସେ ପାକିସ୍ତାନର ପ୍ରଥମ ହିନ୍ଦୁ ଥିଲେ । ବୋଦାନୀ ଶାହଦାଦକୋର୍ଟ ଅଞ୍ଚଳର ନିବାସୀ ଅଟନ୍ତି । ସେ ସିବିଲ ଜଜ/ଜୁଡିସିଆଲ ମାଜିଷ୍ଟ୍ରେଟ ପରୀକ୍ଷାରେ ୫୪ତମ ସ୍ଥାନ ହାସଲ କରିଥିଲେ । ଗତ ବର୍ଷ କୋହଲି ସଂପ୍ରଦାୟର ଅନ୍ୟ ଜଣେ ମହିଳା କୃଷ୍ଣା କୁମାରୀ ପାକିସ୍ତାନର ପ୍ରଥମ ସିନେଟର ହୋଇଥିଲେ । 

ପାକିସ୍ତାନର ଏକ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏଏସଆଇ ହୋଇଥିବା ପୁଷ୍ପା ପୋଲିସରେ ଭର୍ତ୍ତି ହେବେ ବୋଲି କେବେ ବି ଭାବି ନଥିଲେ । ସେ ୨୦୧୪ରେ ପାକିସ୍ତାନର ଡାଉ ୟୁନିଭରର୍ସିଟି ଅଫ ହେଲଥ  ସାଇନସେସରେ ‘କ୍ରିଟିକାଲ କେୟାର’ରେ ସ୍ନାତକ କରିଥିଲେ । ଗତ ବର୍ଷ ସେ ଏକ ଟ୍ରାମା ସେଣ୍ଟରରେ ଟେକ୍ନୋଲୋଜିଷ୍ଟ ଭାବେ କାମ କରୁଥିଲେ । ଚିକିତ୍ସା ଦିଗରେ କାମ କରିବା ପୂର୍ବରୁ ପୁଷ୍ପା ନିଜର ଗୃହ ସହରରେ ଏକ ଏନଜିଓ ‘ମେରି ସପୋର୍ଟ ସୋସାଇଟି’ ପାଇଁ କାମ କରୁଥିଲେ । ଗଣମାଧ୍ୟମର ପ୍ରତିନିଧୀଙ୍କୁ ସେ କହିଛନ୍ତି, ଚିକିତ୍ସା ସେବାରେ ଅନେକ ହିନ୍ଦୁ ଝିଅ ଅଛନ୍ତି । ମୁଁ ଅନ୍ୟମାନଙ୍କର ତୁଳନାରେ କିଛି ଭିନ୍ନ କରିବାକୁ ଚିନ୍ତା କରିଥିଲି । ଏଥି ପାଇଁ ମୁଁ ପୋଲିସରେ ଭର୍ତ୍ତି ହୋଇଛି । 

  • Tags: