Home > ଅନ୍ତରାଷ୍ଟ୍ରୀୟ
କୋଭିଡ-୧୯: ୨୪ ଘଣ୍ଟାରେ ୧୦୦ରୁ ଉର୍ଦ୍ଧ୍ୱ ମୃତ, ସିନେଟର ସଂକ୍ରମିତ, ଆମେରିକା ଚିନ୍ତିତ
Khabar Odisha:International-More-than-100-covid-19-deaths-in-us-in-24-hours-senator-rand-paul-report-positive-too

ୱାଶିଂଟନ, ମାର୍ଚ୍ଚ ୨୩ (ଖବର ଓଡ଼ିଶା): ଆମେରିକା ମଧ୍ୟ ମହାମାରୀ ଘୋଷିତ କରୋନା ଭାଇରସ ଜାଲରେ ପଡ଼ିଛି । ଏଠାରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସ ଯୋଗୁଁ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଫଳରେ ଦେଶରେ ମୃତ୍ୟୁ ସଂଖ୍ୟା ୩୮୯ରେ ପହଞ୍ଚିଛି । ଜନ ହପିକିନ୍ସ ବିଶ୍ୱବିଦ୍ୟାଳୟ ଏହି ତଥ୍ୟ ଜାରି କରିଛି । ଏପର୍ଯ୍ୟନ୍ତ ସର୍ବାଧିକ ନ୍ୟୁୟର୍କରେ ମୃତ୍ୟୁ ହୋଇଛି । ଏହା ପରେ ୱାଶିଂଟନ (୯୪ମୃତ୍ୟୁ ଓ କାର୍ଲିଫୋର୍ଣ୍ଣିଆ ୨୮ ମୃତ୍ୟୁ ହୋଇଛି । 

ରିପୋର୍ଟ ଅନୁସାରେ ଆମେରିକାରେ ଅତିକମରେ ୩୦ ହଜାର ଲୋକ ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରେ ଯୋଡ଼ି ହୋଇଛନ୍ତି ସିନେଟର ରାନ୍ଦ ପଲ । ରବିବାର ହୋଇଥିବା ଟେଷ୍ଟରେ ୫୭ ବର୍ଷିଅ ସିନେଟର ପଜିଟିଭ ଜଣାପଡ଼ିଥିଲା । ପଲଙ୍କ କାର୍ଯ୍ୟାଳୟ ତରଫରୁ ଏହା ଟୁଇଟର ଯୋଗେ ସ୍ପଷ୍ଟ କରାଯାଇଛି । ଟୁଇଟରେ ଲେଖାଯାଇଛି ଯେ, ପଲଙ୍କୁ କୋଭିଡ-୧୯ ଭାଇରସ ପଜିଟିଭ ହୋଇଛି । କିନ୍ତୁ ସେ ଏବେ ସୁସ୍ଥ ଅଛନ୍ତି । ସୂଚନାଯୋଗ୍ୟ, କରୋନା ଟେଷ୍ଟ ପଜିଟିଭ ମିଳିଥିବା ପଲ ହେଉଛନ୍ତି ପ୍ରଥମ ଆମେରିକୀୟ ସିନେଟର । 

ଦ୍ୱିତୀୟତଃ ରବିବାର ପୂର୍ବାହ୍ନରେ ପଲ ନିଜର ସହକର୍ମୀଙ୍କ ସହିତ ଜିମ ଯାଇଥିଲେ ଏବଂ ରପବ୍ଲିକାନ ସିନେଟରଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ । ଏଥିରେ ଥିବା ସମସ୍ତ ଲୋକ ଏବେ ଚିନ୍ତା କରୁଛନ୍ତି । କନକାସ ସିନେଟର ଜେରି ମରନ ଏସଂପର୍କରେ କହିଛନ୍ତି ଯେ, ମୁଁ ଦେଖିଛି ପଲ ସୁଇମିଂପୁଲରେ ଗାଧୋଇଥିଲେ । ସିନେଟରଙ୍କ କହିବା ଅନୁସାରେ ଏଥିରେ ସାମିଲ ଥିବା ସମସ୍ତଙ୍କ ନମୁନା ପରୀକ୍ଷା କରାଯିବ । ତେବେ ଆମେରିକାରେ ଦେଖାଯାଇଥିବା କରୋନାର ରୂପ ଚିନ୍ତା ବଢ଼ାଇଛି । 

 

  • Tags: