Home > ଅନ୍ତରାଷ୍ଟ୍ରୀୟ
ପାକିସ୍ତାନରେ ଉଠିଲା ଦାବୀ, ୟୁଏନରେ ବେଲୁଚିସ୍ତାନ ପ୍ରସଙ୍ଗ ଉଠାନ୍ତୁ ମୋଦୀ
Khabar Odisha:International-National-Odisha-pak-activists-demand-modi-raise-human-rights-violation-case-in-sindh-balochistan-in-un
ଇସଲାମାବାଦ, ସେପ୍ଟମ୍ବର ୧୭(ଖବର ଓଡ଼ିଶା):

ପାକିସ୍ତାନରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସଂଯୁକ୍ତ ରାଷ୍ଟ୍ରରେ ବେଲୁଚିସ୍ତାନକୁ ମୁକ୍ତ କରିବା ପ୍ରସଙ୍ଗ ଉଠାଇବା ପାଇଁ ଅନୁରୋଧ କରାଯାଇଛି । ବିଭିନ୍ନ ମାନବାଧିକାର କାର୍ଯ୍ୟକର୍ତ୍ତା ଏନେଇ ଅପିଲ କରିଛନ୍ତି । 

ସିନ୍ଧ, ବେଲୁଚିସ୍ତାନ ଓ ଗିଲଗିତ ବାଲଟିସ୍ତାନରେ ହେଉଥିବା ମାନବାଧିକାର ଉଲଂଘନ ପ୍ରସଙ୍ଗ ସଂଯୁକ୍ତ ରାଷ୍ଟ୍ର ପରିଷଦରେ ଉଠାଇବା ପାଇଁ ନରେନ୍ଦ୍ର ମୋଦୀଙ୍କୁ ପାକ୍ କାର୍ଯ୍ୟକର୍ତ୍ତା ଅନୁରୋଧ କରିଛନ୍ତି । ପାକିସ୍ତାନ ଅଧିକୃତ କାଶ୍ମୀର କାର୍ଯ୍ୟକର୍ତ୍ତା ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଦାବୀ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପିଓକେ, ବେଲୁଚିସ୍ତାନ ଓ ଆଫଗାନିସ୍ତାନର କାର୍ଯ୍ୟକର୍ତ୍ତା ମଧ୍ୟ ସାମିଲ ଥିଲେ । 

ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରରେ ବେଲୁଚିସ୍ତାନର ମାନବାଧିକାର ଆୟୋଗ ମୁଖ୍ୟ ତାଜ ବଲୁଚ କହିଛନ୍ତି ଯେ, ସେଠାକାର ସ୍ଥିତି ବାରମ୍ବାର ଖରାପ ହେବାରେ ଲାଗିଛି । କାରଣ ଅନ୍ତରାଷ୍ଟ୍ରୀୟ ସମୁଦାୟ ତାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଦେଖି ଚୁପ ରହୁଛି । ସେ ଆହୁରି କହିଛନ୍ତି ଯେ, ପ୍ରଥମେ ସୀମାରେ ଅପହରଣ ଓ ହତ୍ୟା ଆରମ୍ଭ ହୋଇଥିଲା । ଏହାପରେ ଗାଁ ଗୁଡ଼ିରେ ନିଆଁ ଲଗାଇଦିଆଯାଉଛି । ତେଣୁ ସଂଯୁକ୍ତ ରାଷ୍ଟ୍ର ଓ ମାନବାଧିକାର ଆୟୋଗ ବେଲୁଚିସ୍ତାନ ଆସି ସ୍ଥିତି ପରକ୍ଷୀବା ଉଚିତ । 

ଏହି କାର୍ଯ୍ୟକ୍ରମରେ ଆଫଗାନିସ୍ତାନର ଜଣେ ସମ୍ବାଦଦାତା ଭାଗ ନେଇ କହିଛନ୍ତି ଯେ, ଆଫଗାନିସ୍ତାନରେ ପାକିସ୍ତାନର ଭୂମିକା ଏକ ବିନାଶକାରୀ ଦେଶ । ୨୦୦୧ରେ ତାଲିବାନକୁ ସରକାର କ୍ଷମତାରୁ ହଟାଇବା ପରେ ଏକ ନୂଆ ଜୀବନଯାତ୍ରା ଆରମ୍ଭ କରିବା ସମୟ ଥିଲା । ପାକିସ୍ତାନକୁ ସୁଯୋଗ ଦିଆଯାଇଥିଲା କିନ୍ତୁ  ପାକିସ୍ତାନ ରାସ୍ତାକଡ଼ରେ ବୋମା ଲଗାଇବା ଓ ଆତ୍ମଘାତି ଆକ୍ରମଣ କରିବା ଭଳି ଦେଶ ଭାବେ ଗଠନ ହୋଇ ନିଜର ଛବି ଖରାପ କରିଥିଲା ।

  • Tags: