Home > ଅନ୍ତରାଷ୍ଟ୍ରୀୟ
ସବୁ ଦେଶ ଠାରୁ ଠୋକର ଖାଇବା ପରେ ଏବେ ପୁଣି ଚୀନ ପାଖରେ ଦୁଃଖ ଜଣାଇଲା ବିଚଳିତ ପାକିସ୍ତାନ
Khabar Odisha:International-National-Odisha-pakistan-reached-refuge-in-china-after-being-insulted-from-all-over-the-world-kashmir-issue-raised-in-talks
ଇସଲାମାବାଦ, ସେପ୍ଟେମ୍ବର ୦୮(ଖବର ଓଡ଼ିଶା):

ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ବିଚଳିତ ହୋଇପଡ଼ିଛି ପାକିସ୍ତାନ । ଅନ୍ତଃରାଷ୍ଟ୍ରୀୟସ୍ତରରେ ଲଜ୍ଜିତ ହେବା ସହ ସବୁ ଦେଶ ଠାରୁ ଠୋକର ଖାଇବା ପରେ ପାକ୍ ଏବେ ଚୀନର ଶରଣପୋଷିବା ସହ ନିଜ ଦୁଃଖ ଜଣାଇଛି । ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ  ମହମୁଦ କୁରେଶୀ ଓ ଚୀନ ବୈଦେଶିକ ମନ୍ତ୍ରୀ ବାଙ୍ଗ ୟୀଙ୍କ ମଧ୍ୟରେ ଦ୍ୱିପାକ୍ଷୀୟ କଥାବାର୍ତ୍ତା ହୋଇଛି । 

ପାକ୍ ଓ ଚୀନ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷୀୟ କଥା ସମୟରେ ପାକିସ୍ତାନ ପୁଣି କାଶ୍ମୀରକୁ ନେଇ ନିଜ ବିଷ ଓଗାଳିଛି । ଏହା ପରେ ଚୀନ ପାକିସ୍ତାନକୁ ସାନ୍ତ୍ୱନା ଦେଇ କହିଛି ଯେ, କାଶ୍ମୀରକୁ ନେଇ ଭାରତ ଦ୍ୱାରା ଯେଉଁ ଏକତରଫା ନିଷ୍ପତି ମାମଲା ଆହୁରି ଜଟିଳ ହେବ । ଆଫଗାନରେ ଶାନ୍ତି ପ୍ରତିଷ୍ଠାକୁ ସହଯୋଗ କରିବ ପାକିସ୍ତାନ ଓ ଚୀନ । କାଶ୍ମୀର ପ୍ରସଙ୍ଗ ସହ ଆଫଗାନରେ ଶାନ୍ତି ପ୍ରତିଷ୍ଠାକୁ ନେଇ ମଧ୍ୟ କୁରେଶୀ ଓ ୟୀ ନିଜ ମଧ୍ୟରେ ଆଲୋଚନା କରିଥିଲେ ।

ଅଗଷ୍ଟ ୫ ତାରିଖରେ ଜାମ୍ମୁକାଶ୍ମୀରୁ ଧାରା ୩୭୦ ଉଚ୍ଛେଦ କରାଯାଇଥିଲା । ଫଳରେ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ହରାଇ ଲାଦାଖ ଓ ଜାମ୍ମୁକାଶ୍ମୀର କେନ୍ଦ୍ରଶାସିତ ଅଂଚଳରେ ପରିଗଣିତ ହୋଇଥିଲା । ଏହା ପର ଠାରୁ ବିବ୍ରତ ପାକିସ୍ତାନ ଭାରତକୁ ପରମାଣୁ ଯୁଦ୍ଧ ଧମକ ଦେବାରେ ଲାଗିଛି ।

  • Tags: