Home > ଅନ୍ତରାଷ୍ଟ୍ରୀୟ
ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନରେ ମହାରାଜା ରଣଜିତ ସିଂହଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା
Khabar Odisha:International-National-Odisha-pakistani-angry-men-demolition-statue-of-maharaja-ranjit-singhs-statue-in-lahore
ଇସଲାମାବାଦ, ଅଗଷ୍ଟ ୧୧(ଖବର ଓଡ଼ିଶା):

ଜାମ୍ମୁକାଶ୍ମୀରରେ ଭାରତ ସରକାରଙ୍କ ପକ୍ଷରୁ ଧାରା ୩୭୦ ଉଚ୍ଛେଦ ପରେ ବର୍ତ୍ତମାନ ପାକିସ୍ତାନରେ ଭାରତ ପ୍ରତି ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ପାକିସ୍ତାନର ଲାହୋର ଠାରେ ଥିବା ମହାରାଜା ରଣଜିତ ସିଂହଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରିଛନ୍ତି । 

ଜାମ୍ମୁକାଶ୍ମୀରକୁ ନେଇ ପାକିସ୍ତାନ ଓ ଭାରତ ମଧ୍ୟରେ ସମ୍ପର୍କ ଖରାପ ହେବାରେ ଲାଗିଛି । ମ୍ମୁକାଶ୍ମୀରରେ ଭାରତ ସରକାରଙ୍କ ପକ୍ଷରୁ ଧାରା ୩୭୦ ଉଚ୍ଛେଦ ପରେ ପୂର୍ବରୁ ଲାଗି ରହିଥିବା ଶତ୍ରୁତା ଅଧିକ ହୋଇଛି । ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ସ୍ୱତନ୍ତ୍ରତା ରାଜ୍ୟ ମାନ୍ୟତା ହଟାଇ ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ପରିଣତ କରାଯାଇଛି । ଏହା ପରେ ଭାରତ ସହ ସବୁ ବାଣିଜ୍ୟ ସମ୍ପର୍କ  ଓ ଯାତାୟତକୁ ବନ୍ଦ କରିଛି ପାକିସ୍ତାନ । ଏହା ସହ ଶନିବାର ଦିନ କିଛି ଦୁର୍ବୃତ୍ତ କ୍ରୋଧରେ ପାକିସ୍ତାନର ଲାହୋର ଠାରେ ଥିବା ମହାରାଜା ରଣଜିତ ସିଂହଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରିଛନ୍ତି । ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରିବା କାରଣରୁ ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଦୁଇ ସନ୍ଦିଗ୍ଧଙ୍କ ସମ୍ପର୍କ ମୈାଲାବୀ ମୈାଲାନା ଖାଦିମ ରିଜବୀର ସଂଗଠନ ସହ ରହିଛି । ଏହି ଘଟଣା ପାଇଁ “ଦ ୱାଲ୍ଡ ସିଟି ଅଫ ଲାହୋର ଅଥୋରିଟି” ଦୁଃଖ ପ୍ରକାଶ କରିବା ସହିତ ଏହାର ମରାମତି କାର୍ଯ୍ୟ କରିବା ପାଇଁ କହିଛନ୍ତି । 

୧୯ଶତାବ୍ଧୀରେ ଆରମ୍ଭରେ ଉତ୍ତର ପଶ୍ଚିମ ଭାରତୀୟ ଉପମହାଦ୍ୱୀପରେ ଶାସନ କରୁଥିବା ମହାରାଜା ରଣଜିତ ସିଂହଙ୍କ ୯ଫୁଟ ଉଚ୍ଛର ଏକ ପ୍ରତିମୂର୍ତ୍ତିକୁ ଲାହୋରରେ ତାଙ୍କ ୧୮୦ତମ ଶ୍ରାଦ୍ଧ ଦିବସ ପ୍ରତିଷ୍ଠା କରାଯାଇଥିଲା । ୧୮୩୯ ମସିହାରେ ମହାରାଜା ରଣଜିତ ସିଂହଙ୍କର  ନିଧନ ହୋଇଥିଲା । 

  • Tags: