Home > ଅନ୍ତରାଷ୍ଟ୍ରୀୟ
ଦକ୍ଷିଣ ଏସିଆର ପ୍ରଥମ କ୍ରସ ବୋର୍ଡ଼ର ପେଟ୍ରୋଲିୟମ ପାଇପଲାଇନ ଉଦଘାଟନ କଲେ ପିଏମ ମୋଦୀ
Khabar Odisha:International-National-Odisha-pm-modi-gave-gift-to-nepal-inaugrates-first-cross-border-petroleum-pipeline-of-south-asia
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୦(ଖବର ଓଡ଼ିଶା):

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୋତିହାରି ଓ ଅମଲେଖଗଞ୍ଜ ମଧ୍ୟରେ ଏକ ପେଟ୍ରୋଲିୟମ ଉତ୍ପାଦ ପାଇପଲାଇନର ଉଦଘାଟନ କରିଛନ୍ତି । ସେ ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସହ ଭିଡ଼ିଓ କନଫେରେନ୍ସ ଜରିଆରେ ଏହି ପାଇପଲାଇନ ଉଦଘାଟନ କରିଛନ୍ତି ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନଫେରେନ୍ସ ଜରିଆରେ ଏକ ପେଟ୍ରୋଲିୟମ ଉତ୍ପାଦ ପାଇପଲାଇନର ଉଦଘାଟନ କରି ସେ କହିଛନ୍ତି ଯେ, ଏହା ବହୁତ ଖୁସିର କଥା । ଏହା ଦକ୍ଷିଣ ଏସିଆର ପ୍ରଥମ କ୍ରସ ବୋର୍ଡର ପେଟ୍ରୋଲିମ ପାଇପଲାଇନର କାମ ନିର୍ଦ୍ଧାରିତ ସମୟରେ ଶେଷ ହୋଇଛି । ଏହା ନିର୍ଦ୍ଧାରିତ ସମୟର ଅଧା ସମୟରେ ହିଁ ପ୍ରସ୍ତୁତ ହୋଇସାରିଛି । ଏହା ସହ ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଏହାର ଶ୍ରେୟ ନେପାଳ ସରକାରଙ୍କ ନେତୃତ୍ୱ ସମର୍ଥନ ଓ ଆମ ସଂଯୁକ୍ତ ପ୍ରୟାସକୁ ଦେବାକୁ ଚାହୁଛନ୍ତି ।

୨୦୧୫ରେ ଆସିଥିବା ବିନାଶକାରୀ ଭୂମିକମ୍ପ ପରେ ନେପାଳ ଯେତେବେଳେ ପୁନର୍ଗଠନ ପାଇଁ ଅଣ୍ଟା ଭିଡ଼ିଥିଲା ସେହି ସମୟରେ ପଡୋଶୀ ଓ ବନ୍ଧୁ ଭାବରେ ଭାରତ ନିଜ ସହଯୋଗର ହାତ ବଢାଇଥିଲା । ଭାରତର ସଂଯୁକ୍ତ ସହଯୋଗ କାରଣରୁ ନେପାଳର ଗୋରଖା ଓ ନୁୱାକୋଟ ଜିଲ୍ଲାରେ ପୁଣି ଘର ତଥା ଜନବସତି ଗଢି ଉଠିଥିବାରୁ ଖୁସି ଥିବା ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି ।

  • Tags: