Home > ଅନ୍ତରାଷ୍ଟ୍ରୀୟ
ନେପାଳ ବନ୍ୟା: ଜନଜୀବନ ଅସ୍ତବ୍ୟସ୍ତ, ମୃତ୍ୟୁ ସଂଖ୍ୟା ପହଂଚିଲା ୮୮, ଏବେବି ୩୧ ନିଖୋଜ
Khabar Odisha:International-Nepal-Heavy-rain-death-toll-due-to-flooding--landslide-has-risen-to-88

କାଠମାଣ୍ଡୁ/ନୂଆଦିଲ୍ଲୀ, ଜୁଲାଇ ୧୮ (ଖବର ଓଡ଼ିଶା): ଭାରତର ପଡୋଶୀ ରାଷ୍ଟ୍ର ନେପାଳରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ନେପାଳ ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଏକ ବୟାନରେ କୁହାଯାଇଛି ଯେ, ବନ୍ୟା ଯୋଗୁଁ ବୁଧବାର ସୁଦ୍ଧା ୮୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେବି ୩୧ ଜଣ ଲୋକଙ୍କର କୌଣସି ପତ୍ତା ମିଳିପାରି ନାହିଁ ।  ନେପାଳ ପୋଲିସ କହିଛି, ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହୋଇଛି ।  ଉଦ୍ଧାରକାରୀ ଟିମ ବନ୍ୟା ପୀଡ଼ିତଙ୍କୁ ଉଦ୍ଧାର କରୁଛନ୍ତି । ମୋଟ ୩୩୬୬ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି । ହିମାଳୟରେ ବର୍ଷା ଯୋଗୁଁ ଉଭୟ ନେପାଳ ସହିତ ଭାରତର ଉତ୍ତର ଏବଂ ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକ ମଧ୍ୟ ବର୍ଷା ଓ ଭୂସ୍ଖଳନର ସମ୍ମୁଖୀନ ହୋଇଛି ।

ଲଲିତପୁରରେ, କାଠମାଣ୍ଡୁ, କୋଠାଙ୍ଗ, ଭୋଜପୁର, କାଭରେ, ମକୱାନପୁର, ସିନ୍ଧୁଲ, ଧାଡିଙ୍ଗ, ଇଲାମ, ଝପା, ଓଖାଳଡୁଙ୍ଗା, ସୁନସାରି, ବାରା, ପାର୍ସା, ରାମଛପ ଏବଂ ଚିତୱାନ ଜିଲ୍ଲାରେ ଜଣେ ଲୋକଙ୍କର ପ୍ରାଣହାନୀ ଘଟିଛି । ୨୨ଟି ଜିଲ୍ଲାରୁ ୩୩୬୬ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି ।

ଉତ୍ତରପ୍ରଦେଶରେ ବର୍ଷା ଯୋଗ୍ୟୁ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆସାମ, ତ୍ରିପୁରା ଓ ପୂର୍ବ-ଭାରତର ଅନ୍ୟ ରାଜ୍ୟ ଗୁଡ଼ିକ ମଧ୍ୟ ବନ୍ୟାର ସମ୍ମୁଖୀନ ହୋଇଛି । 

 

  • Tags: