Home > ଅନ୍ତରାଷ୍ଟ୍ରୀୟ
ଜାନୁଆରୀରୁ ପୁଣି ଆରମ୍ଭ ହୋଇପାରେ ୭୩୭ ମେକ୍ସ ବିମାନର ପରିଚାଳନା
Khabar Odisha:International-Odisha-boeing-says-it-is-hopefull-to-start-737-max-flying-by-january-2020
ନୂଆଦିଲ୍ଲୀ, ନଭେମ୍ବର ୧୨(ଖବର ଓଡ଼ିଶା):

ବିମାନ ପ୍ରସ୍ତୁତ କରୁଥିବା  ବିଶ୍ୱର ସବୁଠାରୁ ବଡ଼ କମ୍ପାନୀ ତାର ୭୩୭ ମେକ୍ସ ବିମାନର ପରିଚାଳନା ଜାନୁଆରୀ ମାସରୁ ଆରମ୍ଭ କରିପାରେ । 

ବୋଇଙ୍ଗ ୭୩୭ ମେକ୍ସ ବିମାନର ପରିଚାଳନା ଦୁର୍ଘଟଣାଗୁଡ଼ିକ ପରେ ବନ୍ଦ କରାଯାଇଥିଲା । ୨ଟି ଦୁର୍ଘଟଣାରେ ୩୪୬ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା । ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ଆସନ୍ତା ମାସରେ ଫେଡେରାଲ ଏବିଏଶନ ଏଡମିନିଷ୍ଟ୍ରେସନ ପକ୍ଷରୁ ବୋଇଙ୍ଗ ବିମାନକୁ ବିମାନ ପରିଚାଳନା ନେଇ ସାର୍ଟିଫିକେଟ ପ୍ରାପ୍ତ ହେବ ବୋଲି ଆଶା ରହିଛି । ଯାହା ଦ୍ୱାରା ଏହା ବିଶ୍ୱର ଅନ୍ୟ ବିମାନ କମ୍ପାନୀ ଗୁଡ଼ିକୁ ମଧ୍ୟ ନଜ ମେକ୍ସ ବିମାନ ବିକ୍ରି କରିପାରିବ । 

କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମେକ୍ସ ବିମାନରେ ଥିବା ସଫ୍ଟୱେର ତ୍ରୁଟିକୁ ଠିକ କରାଯାଇଛି । ଏହା ସହ ସାଇମୁଲେଟର ଜରିଆରେ ପରୀକ୍ଷଣ ମଧ୍ୟ କରାଯାଇଛି । ଯେପରି ଏହି ବିମାନ ଉଡ଼ାଣ ଭରିବା ବେଳେ କୈାଣସି ସମସ୍ୟା ନ ଦେଖାଯାଉ ।

  • Tags: