Home > ଅନ୍ତରାଷ୍ଟ୍ରୀୟ
ପାକିସ୍ତାନର ପିଛା ଛାଡ଼ୁନି ଦରଦାମ ବୃଦ୍ଧି, ଜଳଖିଆ ଠାରୁ ରାତ୍ରି ଭୋଜନ ସବୁ ହେଲା ମହଙ୍ଗା
Khabar Odisha:International-Odisha-flour-becomes-more-expensive-in-pakistan-prices-of-biscuit-milk-and-juices-also-rises
ଇସଲାମାବାଦ, ଅକ୍ଟୋବର ୧୯(ଖବର ଓଡ଼ିଶା):

କାଙ୍ଗାଳ ପାକିସ୍ତାନର ଆର୍ଥିକସ୍ଥିତି ବିଗିଡ଼ିବାରେ ଲାଗିଛି । ଆର୍ଥିକ ସଂକଟର ସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନ ଓ ଇମରାନ ଖାନଙ୍କୁ ଫାଇନାନସିଆଲ ଆକ୍ସନ ଟାକ୍ସ ଫୋର୍ସ ଠାରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି କିନ୍ତୁ କାଙ୍ଗାଳ ସ୍ଥିତିରୁ ବର୍ତ୍ତି ପାରି ନାହିଁ । ପାକିସ୍ତାନରେ ସକାଳ ଜଳଖିଆ ଠାରୁ ଆରମ୍ଭ କରି ରାତ୍ରି ଭୋଜନ ଯାଏଁ ସବୁ ମହଙ୍ଗା ହୋଇଛି ।

ଦିନକୁ ଦିନ ପାକିସ୍ତାନ କାଙ୍ଗାଳ ସ୍ଥିତି ଆଡ଼େ ଗତି କରୁଛି ।  ଟେରର ଫଣ୍ଡିଙ୍ଗ ରୋକିବାରେ ଅସମର୍ଥ ପାକିସ୍ତାନକୁ ସୁଧୁରିବା ପାଇଁ ସୁଯୋଗ ଦେଇ ଏଫଏଟିଏଫ  ୨୦୨୦ ଫେବୃଆରୀ ଯାଏଁ ଗ୍ରେ ଲିଷ୍ଟରେ ରଖିଛି । କିନ୍ତୁ ପାକିସ୍ତାନ ଓ ଇମରାନ ଖାନଙ୍କ ପିଛା ଛାଡ଼ୁନି ସମସ୍ତ ସାମଗ୍ରୀ ଓ ଖାଦ୍ୟପାନୀୟର ଦରଦାମ ବୃଦ୍ଧି । ପାକିସ୍ତାନ ଉପରେ ଆର୍ଥିକ ବୋଝ ବଢିବାରେ ଲାଗିଛି ।

ପାକିସ୍ତାନରେ ବର୍ତ୍ତମାନ ଅଟାର ମୂଲ୍ୟ ବୃଦ୍ଧି ପାଇଛି । ପାକିସ୍ତାନରେ ବର୍ତ୍ତମାନ ଏକ କିଲୋ ଅଟା ୪୭.୫୦ ଟଙ୍କା ରହିଛି । ତାହା ପୂର୍ବରୁ ୩୩.୫୦ଟଙ୍କା ଥିଲା । ଆଗକୁ ବିସ୍କୁଟ, ଜୁସ ଓ ପ୍ୟାକେଜ କ୍ଷୀର ମୁଲ୍ୟ ମଧ୍ୟ ବୃଦ୍ଧି ପାଇବ । ଏପ୍ରିଲ ମାସରୁ ବର୍ତ୍ତମାନ ସୁଦ୍ଧା ଅଟା କିଲୋପ୍ରତି ୧୪ଟଙ୍କା ବୃଦ୍ଧି ପାଇଛି । ବର୍ତ୍ତମାନ ମଇଦା କିଲୋ ପ୍ରତି ୫୦.୫୦ଟଙ୍କା ରହିଛି । ଯାହା ପୂର୍ବରୁ ୩୬.୫୦ଟଙ୍କା ଥିଲା । ସେହିପରି ବର୍ତ୍ତମାନ କ୍ଷୀର, ପରିବା, ସଉଦା ସବୁଥିରେ ମହଙ୍ଗା ମାଡ଼ ପାକିସ୍ତାନର ଚିନ୍ତା ବଢାଇଛି ।

  • Tags: