Home > ଅନ୍ତରାଷ୍ଟ୍ରୀୟ
ପାକିସ୍ତାନରେ ଗୋଟିଏ ରୁଟିର ମୂଲ୍ୟ ୩୦ ଟଙ୍କା, ଡିପ୍ରେସନରେ ସାଧାରଣ ଜନତା
Khabar Odisha:International-Odisha-pakistan-is-facing-serious-silent-problem-of-suicide-and-depression
ଲାହୋର୍, ଜୁଲାଇ ୨୧(ଖବର ଓଡିଶା):

ଅତଙ୍କବାଦକୁ ପ୍ରୋତ୍ସାହନ ଦେଇ ଆସିଥିବା ପାକିସ୍ତାନର ଅସୁବିଧା ଶେଷ ହେବାର ନାଁ ନେଉନାହିଁ । ଗୋଟିଏ କଷ୍ଟକୁ ଦୂର କରିବାକୁ ଚେଷ୍ଠା କରିବା ବେଳେ ଆଉ ଏକ ଦୁଃଖ ଆସି ପହଞ୍ଚିଯାଉଛି । ଏକ ରିପୋର୍ଟ ଅନୁଯାୟୀ,  ପାକିସ୍ତାନରେ ପ୍ରତ୍ୟେକ ଦିନ ୧୫ ରୁ ୩୫ ଜଣ ଆତ୍ମହତ୍ୟା କରୁଛନ୍ତି । ରିପୋର୍ଟ ଅନୁଯାୟୀ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ପାକିସ୍ତାନରେ ପ୍ରତ୍ୟେକ ଘଣ୍ଟାରେ ସର୍ବନିମ୍ନ ଜଣେ ବ୍ୟକ୍ତି ନିଜର ଜୀବନ ଦେଉଛି । 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ର ଅନୁମାନ ଯେ, ୨୦୧୨ରେ ପାକିସ୍ତାନରେ ଆତ୍ମହତ୍ୟାର ମୂଲ୍ୟ ପ୍ତି ଏକ ଲକ୍ଷରେ ୧୩ ହଜାର ଥିଲା ।  ଗତ ବର୍ଷ ଡିସେମ୍ୱରରେ ଖବର କାଗଜ ଡନ୍ ପକ୍ଷରୁ ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଥିଲା । ଏହି ସର୍ଭେ ଅନୁଯାୟୀ, ୯ ପ୍ରତିଶତ ଲୋକ କହିଥିଲେ ଯେ ସେମାନେ ତାଙ୍କ ଜୀବନ ହାରିବା ପାଇଁ ଚେଷ୍ଟା କରିସାରିଛନ୍ତି, ୪୫ ପ୍ରତିଶତ ଲୋକ କହିଥିଲେ ଯେ ତାଙ୍କର କେହି ନା କେହି ଆତ୍ମୀୟ ଆତ୍ମହତ୍ୟା କରିବା କଥା ମନରେ ଭାବୁଛନ୍ତି । ଏଭଳି ସ୍ଥିତି ପାଇଁ  ଏହି ସର୍ଭେରେ ସାମାଜିକ କାରଣକୁ ଦାୟୀ କରାଯାଇଛି । 

ପାକିସ୍ତାନରେ ବେରୋଜଗାରର ସ୍ଥିତି  ବହୁତ ଖରାପ ସ୍ତରରେ ପହଞ୍ଚିଯାଇଛି । ବର୍ତ୍ତମାନ ଏହା ୫.୯୦ ପ୍ରତିଶତ ରହିଛି । ଆଗାମୀ ଭବିଷ୍ୟତରେ ଏଥିର ସୁଧାର ଆସିବ ବୋଲି କୌଣସି ସଂକେତ ଦେଖାଯାଉନାହିଁ ।  ୨୦୨୦ରେ ମଧ୍ୟ ଏହା ୫.୯୦ ପ୍ରତିଶତ ରହିବାର ଅନୁମାନ କରାଯାଉଛି ।  କେବଳ ସେତିକି ନୁହେଁ ପାକିସ୍ତାନୀ ଟଙ୍କାର ମୂଲ୍ୟ ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଏକ ଆମେରିକୀୟ ଡଲାର ତୁଳନାରେ ଏହା ବର୍ତ୍ତମାନ ସୁଦ୍ଧା ସର୍ବନିମ୍ନ ସ୍ତରକୁ ଖସି ୧୬୦ରେ ପହଞ୍ଚି ସାରିଛି । ଏହି କାରଣରୁ ୧୦ ରୁ ୧୨ ଟଙ୍କାରେ ବିକ୍ରି ହେଉଥିବା  ରୁଟିର ମୂଲ୍ୟ ୨୦ ରୁ ୩୦ ଟଙ୍କାରେ ପହଞ୍ଚିଛି । ପାକିସ୍ତାନର ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ଶିକାର ହେଉଥିବା ବେଳେ ଏହା ଦିନକୁ ଦିନ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି ।