Home > ଅନ୍ତରାଷ୍ଟ୍ରୀୟ
ଏଫଏଟିଏଫ ବୈଠକରେ ଆଜି ପାକିସ୍ତାନର ଭାଗ୍ୟ ନିରୂପଣ, ଗ୍ରେ ଲିଷ୍ଟରେ ରହିବ ନା ବ୍ଲାକ ଲିଷ୍ଟ ହେବ ପାକ୍ !
Khabar Odisha:International-Odisha-pakistan-may-be-blacklisted-by-terror-financing-watchdog
ଇସଲାମାବାଦ, ଅକ୍ଟୋବର ୧୮(ଖବର ଓଡ଼ିଶା):

କାଙ୍ଗାଳ ସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନ ଓ ଇମରାନ ଖାନ ପାଇଁ ଆଜ ଦିନଟି ବହୁୁତ ଗୁରୁତ୍ୱପୂର୍ଣ୍ଣ ରହିବ । ପାକିସ୍ତାନକୁ ଫାଇନାନସିଆଲ ଆକ୍ସନ ଟାକ୍ସ ଫୋର୍ସ ଠାରୁ ଏଯାଏଁ ଆଶ୍ୱସ୍ଥି ମିଳି ନାହିଁ । ଟେରର ଫଣ୍ଡିଙ୍ଗ ଓ ମନି ଲଣ୍ଡରିଂ ଉପରେ ନଜର ରଖୁଥିବା ଫାଇନାନସିଆଲ ଆକ୍ସନ ଟାକ୍ସ ଫୋର୍ସ (ଏଫଏଟିଏଫ ) ବୈଠକର ପ୍ରଥମ ଅଧିବେସନ ଆଜି ସରିବାକୁ ଯାଉଛି । । ଟେରର ଫଣ୍ଡିଙ୍ଗ ରୋକିବାରେ ଅସମର୍ଥ ପାକିସ୍ତାନ ଉପରେ କଣ ପଦକ୍ଷେପ ନିଆଯିବା ତାହା ଉପରେ ଏବେ ସଭିଙ୍କ ନଜର ରହିଛି । 

 ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ବସିଥିବା ଫାଇନାନସିଆଲ ଆକ୍ସନ ଟାକ୍ସ ଫୋର୍ସର ଗୁରୁତ୍ୱପୂର୍ଣ୍ଣ ବୈଠକର ପ୍ରଥମ ଅଧିବେସନ ଆଜି ସରିବ । ଟେରର ଫଣ୍ଡିଙ୍ଗ ରୋକିବାରେ ଅସମର୍ଥ ଥିବାରୁ ପାକିସ୍ତାନକୁ ଏଫଏଟିଏଫ ବ୍ଲାକ ଲିଷ୍ଟ କରିପାରେ । ଆତଙ୍କୀ ଫଣ୍ଡିଙ୍ଗ ଓ ମନି ଲଣ୍ଡରିଂ ରୋକିବା ସହ ଆତଙ୍କବାଦୀଙ୍କ ସଂଗଠନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଥିବା ପାକିସ୍ତାନକୁ ପ୍ରମାଣ ଦେଖାଇ ପାରି ନାହିଁ । ତେଣୁ ତାକୁ  ଗ୍ରେ ଲିଷ୍ଟରେ ହିଁ କିମ୍ବା ବ୍ଲାକ ଲିଷ୍ଟ କରାଯିବ ସେନେଇ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯିବ । ଆଜି ଏଫଏଟିଏଫ ବୈଠକର ପ୍ରଥମ ଅଧିବେସନର ଶେଷ ଦିନ ଥିବାରୁ ଚୂଡ଼ାନ୍ତ ନିଷ୍ପତିର ଔପଚାରିକ କାମ କରାଯିବ । 

କଣ ହେବ ପାକିସ୍ତାନର ଅବସ୍ଥା: 

ପାକିସ୍ତାନକୁ ବ୍ଲାକ ଲିଷ୍ଟ କରିବା ନିଷ୍ପତି ଏଫଏଟିଏଫର ୩୯ଟି ଦେଶ ନେବେ । ଚଳିତ ବର୍ଷ ଜୁନ ମାସରେ ଚୀନ, ମାଲେସିଆ ଓ ତୁର୍କୀ ପାକିସ୍ତାନକୁ ବ୍ଲାକ ଲିଷ୍ଟ କରିବାରେ ବିରୋଧ କରିଥିଲେ । କେବଳ ଏତିକି ନୁହେଁ ପୂର୍ବ ମାସରେ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ମଧ୍ୟ ଏହି ୩ଦେଶ ପାକିସ୍ତାନର ସମର୍ଥନ କରିଥିଲେ । ଏହି ବୈଠକରେ ମଧ୍ୟ ଏହି ୩ଦେଶ ପାକିସ୍ତାନକୁ ବ୍ଲାକ ଲିଷ୍ଟ ହେବାରୁ ରୋକିପାରନ୍ତି ।

କିନ୍ତୁ ଟେରର ଫଣ୍ଡିଙ୍ଗ ଓ ମନି ଲଣ୍ଡରିଂ ଉପରେ ପାକିସ୍ତାନ ଅକାମି ରହିଛି । ପାକିସ୍ତାନ ଆତଙ୍କବାଦୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଓଲଟା ସାଥ ଦେଉଛି । ୨୦୧୮ମସିହାରେ ଏଫଏଟଇଏଫ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ପକାଇବା ସହ ୨୭ ପଏଣ୍ଟଦେଇ ନିଜକୁ ପ୍ରମାଣିତ କରିବା ପାଇଁ ଏକ ବର୍ଷ ସମୟ ଦିଆଯାଇଥିଲା । କିନ୍ତୁ ପାକିସ୍ତାନ ପୂରଣ କରିପାରିନାହିଁ । ଭାରତ ମଧ୍ୟ ଏଫଏଟିଏଫଫ ପାଖରେ ପାକିସ୍ତାନକୁ ବ୍ଲାକ ଲିଷ୍ଟରେ ରଖିବାକୁ ଅପିଲ କରିଛି । ତେଣୁ ଚଳିତ ଥର ପାକିସ୍ତାନକୁ ସୁଧୁରିବା ପାଇଁ ଏକ ସୁଯୋଗ ଦେଇ ଡାର୍କ ଗ୍ରେ ଲିଷ୍ଟରେ ରଖାଯିବା ସମ୍ଭାବନା ରହିଛି ।

  • Tags: