Home > ଅନ୍ତରାଷ୍ଟ୍ରୀୟ
ଏଫଏଟିଏଫ ବୈଠକ, ୨୦୨୦ ଯାଏଁ ଗ୍ରେ ଲିଷ୍ଟରେ ରହିବ ପାକିସ୍ତାନ !
Khabar Odisha:International-Odisha-pakistan-to-remain-in-grey-list-till-feb-2020-as-fatf-asks-country-to-step-up-effort-to-end-terror-financing
ଇସଲାମାବାଦ, ଅକ୍ଟୋବର ୧୬(ଖବର ଓଡ଼ିଶା):

ପୁଣି ପାକିସ୍ତାନକୁ ଲାଗିଛି ଜୋରଦାର ଝଟକା । କାଙ୍ଗାଳ ସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନ ଓ ଇମରାନ ଖାନଙ୍କୁ ଫାଇନାନସିଆଲ ଆକ୍ସନ ଟାକ୍ସ ଫୋର୍ସ ଠାରୁ ଆଶ୍ୱସ୍ଥି ମିଳି ନାହିଁ । ଟେରର ଫଣ୍ଡିଙ୍ଗ ରୋକିବାରେ ଅସମର୍ଥ ପାକିସ୍ତାନ ମୁକୁଳି ପାରି ନାହିଁ । ଟେରର ଫଣ୍ଡିଙ୍ଗ ଓ ମନି ଲଣ୍ଡରିଂ ଉପରେ ନଜର ରଖୁଥିବା ଫାଇନାନସିଆଲ ଆକ୍ସନ ଟାକ୍ସ ଫୋର୍ସ (ଏଫଏଟିଏଫ ) ୨୦୨୦ ଯାଏଁ ଗ୍ରେ ଲିଷ୍ଟରେ ରଖାଯାଇଛି ।

ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ବସିଥିବା ଫାଇନାନସିଆଲ ଆକ୍ସନ ଟାକ୍ସ ଫୋର୍ସର ଗୁରୁତ୍ୱପୂର୍ଣ୍ଣ ବୈଠକରେ ପାକିସ୍ତାନକୁ ଟେରର ଫଣ୍ଡିଙ୍ଗ ରୋକିବାରେ ଅସମର୍ଥ ଥିବାରୁ ଫେବୃଆରୀ ୨୦୨୦ ଯାଏଁ ଗ୍ରେ ଲିଷ୍ଟରେ ରଖିବାକୁ ନିଷ୍ପତି ହୋଇଛି । ଆତଙ୍କୀ ଫଣ୍ଡିଙ୍ଗ ଓ ମନି ଲଣ୍ଡରିଂ ରୋକିବା ସହ ଆତଙ୍କବାଦୀଙ୍କ ସଂଗଠନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଥିବା ପାକିସ୍ତାନକୁ ପ୍ରମାଣ ଦେଖାଇ ପାରି ନାହିଁ । ତେଣୁ ତାକୁ  ଗ୍ରେ ଲିଷ୍ଟରେ ଫେବୃଆରୀ ୨୦୨୦ ଯାଏଁ ରଖାଯିବ । ଏଫଏଟିଏଫ ବୈଠକର ପ୍ରଥମ ଅଧିବେସନର ଶେଷ ଦିନରେ ପାକିସ୍ତାନକୁ ଫେବୃଆରୀ ୨୦୨୦ ଯାଏଁ ଗ୍ରେ ଲିଷ୍ଟରେ ରଖାଯିବା ନିଷ୍ପତିର ଔପଚାରିକ କାମ ଆସନ୍ତା ଶୁକ୍ରବାର କରାଯିବ । ଏହାର ପରବର୍ତ୍ତୀ ଚୂଡ଼ାନ୍ତ ନିଷ୍ପତି ଆସନ୍ତା ଫେବୃଆରୀ ୨୦୨୦ ପରେ ନିଆଯିବ । 

ଟେରର ଫଣ୍ଡିଙ୍ଗ ଓ ମନି ଲଣ୍ଡରିଂ ଉପରେ ପାକିସ୍ତାନ ଅକାମି ରହିଛି । ପାକିସ୍ତାନ ଆତଙ୍କବାଦୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଓଲଟା ସାଥ ଦେଉଛି । ମଙ୍ଗଳବାର ଦିନ ପାକିସ୍ତାନର ଅର୍ଥମନ୍ତ୍ରାଳୟର ପ୍ରବକ୍ତା ଉମର ହମିଦ ଖାନ ଦେଶକୁ ଗ୍ରେ ଲିଷ୍ଟରେ ରଖିବାକୁ ଦିଆଯାଇଥିବା ରିପୋର୍ଟକୁ ଖାରଜ କରିଦେଇଛନ୍ତି । ଏଥିରେ ସତ୍ୟତା ନାହିଁ ବୋଲିସ ସେ କହିଛନ୍ତି । 

୨୦୧୮ମସିହାରେ ଏଫଏଟଇଏଫ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ପକାଇବା ସହ ୨୭ ପଏଣ୍ଟଦେଇ ନିଜକୁ ପ୍ରମାଣିତ କରିବା ପାଇଁ ଏକ ବର୍ଷ ସମୟ ଦିଆଯାଇଥିଲା । ପାକିସ୍ତାନ ତାର ୩ଟି ସହଯୋଗୀ ଦେଶ ତୁର୍କୀ, ଚୀନ ଓ ମାଲେସିଆ ତାକୁ ବ୍ଲାକ ଲିଷ୍ଟ ହେବାରେ ରକ୍ଷା କରିପାରିବେ ବୋଲି ଆଶା ରଖିଥିଲା । କିନ୍ତୁ ତାହା ବିଫଳ ମଧ୍ୟ ହୋଇଛି , ଏହି ଦେଶ ଗୁଡ଼ିକ ପାକିସ୍ତାନ ସପକ୍ଷରେ ଭୋଟ ଦେଇ ନାହାଁନ୍ତି ।

  • Tags: