Home > ଅନ୍ତରାଷ୍ଟ୍ରୀୟ
ପାକିସ୍ତାନରେ ମାନବବୋମା ବିସ୍ଫୋରଣ, ୩ପୋଲିସ କର୍ମୀ ମୃତ, ୮ଆହତ
Khabar Odisha:International-Odisha-suicide-blast-in-pakistan-s-hospital-trauma-centre-more-than-three-killed-and-8-injured
ନୂଆଦିଲ୍ଲୀ, ଜୁଲାଇ ୨୧(ଖବର ଓଡ଼ିଶା):

ପାକିସ୍ତାନରେ ଏକ ବଡ଼ ଧରଣର ଘଟଣା ଘଟିଛି । ଡେରା ମିସାଇଲ ଖାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟ୍ରମା ସେଣ୍ଟରରେ  ଜଣେ ମହିଳା ବୋମା ବିସ୍ଫୋରଣ କରି ନିଜକୁ ଉଡାଇ ଦେଇଛନ୍ତି । ଏହି ବିସ୍ଫୋରଣରେ ପାକିସ୍ତାନର ତିନିଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ହେବା ସହ ୮ରୁ ଅଧିକ ଲୋକ ଆଘାତ ପାଇଛନ୍ତି । 

ଡେରା ମିସାଇଲ ଖାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟ୍ରମା ସେଣ୍ଟରରେ  ଏହି ଘଟଣା ଘଟିଛି । ମହିଳାଜଣକ ନିଜେ ନିଜ ଉପରେ ବୋମା ପକାଇବା ବେଳେ ନିକଟରେ ଥିବା ୩ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ଯେଉଁ ୮ ଜଣରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । 

ଏହି ଘଟଣା ସମ୍ପର୍କରେ ଡିଆଇଜି ଇଫତର ଶାହ କହିଛନ୍ତ ଯେ, ଏହା ଏକ ଆତ୍ମଘାତି ଧମାକା ଥିଲା । ଆକ୍ରମଣକାରୀ ଜଣେ ମହିଳା ଥିଲେ । ଗଟଣା ପରେ ପୋଲିସ ସେହି ଅଂଚଳକୁ ନିଜ କବଜା କରି ସୁରକ୍ଷା କଡ଼ାକଡ଼ି କରିଛି । 

  • Tags: