Home > ଅନ୍ତରାଷ୍ଟ୍ରୀୟ
ଆଜି-୧୨ରେ କରତାରପୁର ସାହିବର ଶ୍ରଦ୍ଧାଳୁଙ୍କଠୁ ସେବା ଶୁଲ୍କ ନେବନି ପାକିସ୍ତାନ: କ୍ୟୁରେଶି
Khabar Odisha:International-Pakistan-will-not-take-service-fees-from-devotees-of-Kartarpur-Sahib-on-November-9-and-12

ଲାହୋର, ନଭେମ୍ବର ୦୯ (ଖବର ଓଡ଼ିଶା): ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେଶି ଶୁକ୍ରବାର କହିଛନ୍ତି, କରତାରପୁର ସାହିବ କରିଡର ଶୁଭାରମ୍ଭ ଅବସରରେ ଶନିବାର ଓ ଗୁରୁ ନାନକ ଜୟନ୍ତୀ ଅବସରରେ ନଭେମ୍ବର ୧୨ ତାରିଖ ଶ୍ରଦ୍ଧାଳୁଙ୍କଠାରୁ ସେବା ଶୁଲ୍କ ନିଆଯିବ ନାହିଁ । ବାକି ଅନ୍ୟ ଦିନଗୁଡ଼ିକରେ ଯାତ୍ରୀ ପିଛା ୨୦ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରା ହିସାବରେ ୧୪୦୦ ଟଙ୍କା) ଅସୁଲି କରାଯିବ ।

ପାକିସ୍ତାନ ବିଦେଶ ମନ୍ତ୍ରୀ କ୍ୟୁରେଶି କହିଛନ୍ତି ଯେ, କରତାରପୁର କରିଡର ଏକ ଧାର୍ମିକ ସ୍ଥଳୀ । ଏଥିରେ କୌଣସି ରାଜନୀତି ଅଥବା ଷଡ଼ଯନ୍ତ୍ର ହେବ ନାହିଁ । ଭାରତର ଗଣମାଧ୍ୟମର ପ୍ରତିନିଧିଙ୍କୁ କ୍ୟୁରେଶି କହିଛନ୍ତି, ପଂଜାବର ଡେରା ବାବା ନାମକ ସ୍ଥଳ ଓ ପାକିସ୍ତାନର ପଂଜାବର ନାରୋୱାଲ ଜିଲ୍ଳାର କରତାରପୁରରେ ଗୁରୁଦ୍ୱାର ସାହିବକୁ ଯୋଡ଼ିବା ପାଇଁ ଶନିବାର ହେବାକୁ ଥିବା ଉଦଘାଟନ ଐତିହାସିକ ପଦକ୍ଷେପ । ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ କ୍ୟୁରେଶି ନିନ୍ଦା କରିଛନ୍ତି । 

ସୂଚନାଯୋଗ୍ୟ କରତାରପୁର କରିଡର ଖୋଲିବା ପୂର୍ବରୁ ଉଭୟ ଭାରତ ଓ ପାକିସ୍ତାନ ନିଜ ନିଜ ଦେଶର ସୀମାରେ ଉତ୍ସବ ପାଳନ କରୁଛନ୍ତି । ଭାରତରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୦୦ ଜଣ ଯାତ୍ରୀଙ୍କ ଯାତ୍ରାକୁ ଶୁଭାରମ୍ଭ କରିବେ । ଏହି ୫୦୦ ଜଣିଆ ଯାତ୍ରୀ ଟିମ ଆଜି କରତାରପୁର ଗୁରୁଦ୍ୱାର ଯାଇ ସେଠାରେ ଦର୍ଶନ କରିବେ । ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ, କେନ୍ଦ୍ରମନ୍ତ୍ରୀ ହରସିମରତ କୌର, ସାଂସଦ ଓ ପଂଜାବର ବିଧାୟକମାନେ ମଧ୍ୟ ସାମିଲ ଅଛନ୍ତି । 

 

  • Tags: