Home > ଅନ୍ତରାଷ୍ଟ୍ରୀୟ
ସଂଖ୍ୟାଲଘୁଙ୍କୁ ସହାୟତା ଦେବାରେ ପାକିସ୍ତାନ ବିଫଳ, କରୋନ ଯୋଗୁଁ ଦେଶରେ ଦୁର୍ଭିକ୍ଷ ସ୍ଥିତି
Khabar Odisha:International-Corona-scares-lockdown-in-Pakistan-ngos-helping-Hindu-minorities-with-food

ଇସଲାମାବାଦ, ମାର୍ଚ୍ଚ ୩୦ (ଖବର ଓଡ଼ିଶା): କରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱରେ ହାହାକାର ଦେଖାଯାଇଛି । ଆମେରିକା ଓ ଇଟାଲୀ ସମେତ ସ୍ପେନ, ଜର୍ମାନୀ, ଫ୍ରାନ୍ସରେ ସ୍ଥିତି ସୀମା ଉଲଂଘନ କରିଛି । ପାକିସ୍ତାନରେ ଅବସ୍ଥା ଆହୁରି ଖରାପ ସ୍ତରରେ ପହଞ୍ଚିଛି । ଯଦିଓ ୟୁରୋପୀୟ ଦେଶ ଭଳି ଏଠାରେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ନାହିଁ, ତଥାପି ଆଗାମୀ ଦିନରେ ସ୍ଥିତି ଉଦବେଗଜନକ ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି । 

ପାକିସ୍ତାନରେ କରୋନା ଭାଇରସ ରୋଗୀ ସଂଖ୍ୟା ୧୫୯୭ ଜଣ । ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୯ ଜଣ ଚିକିତ୍ସା ପରେ ସୁସ୍ଥ ଅଛନ୍ତି । ୧୧ ଜଣ ରୋଗୀ ଗୁରୁତର ଅଛନ୍ତି । କିନ୍ତୁ ଦେଶର ସରକାର ସଂଖ୍ୟାଲଘୁଙ୍କୁ ସହାୟତା ଦେବାରେ ବିଫଳ ହୋଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପାକିସ୍ତାନରେ ଏବେ ଦୁର୍ଭିକ୍ଷ ସ୍ଥିତି ଦେଖାଯାଇଛି । ପାକିସ୍ତାନର ସିନ୍ଧ ରାଜ୍ୟରେ ସଂଖ୍ୟାଲଘୁ ସଂପ୍ରଦାୟର ଲୋକ ସଂଖ୍ୟା ଅଧିକ । ଏହି ଲୋକମାନେ କରାଚୀରେ ବହୁ ସଂଖ୍ୟାରେ କାମ କରୁଛନ୍ତି । କରୋନା ଭାଇରସ ଏହି ଲୋକଙ୍କ ରୋଜଗାର ବନ୍ଦ କରିଦେଇଛି । ଇମ୍ରାନ ସରକାର ଏହି ଲୋକଙ୍କୁ ସହଯୋଗ ଦେବାରେ ବିଫଳ ହୋଇଛି । ଏହି ଗୋଷ୍ଠୀର ଲୋକଙ୍କୁ ଏବେ ଖାଇବାକୁ ମିଳିପାରୁ ନାହିଁ । 

ସୂଚନାଯୋଗ୍ୟ, କରୋନା ଭାଇରସ ସଂକ୍ରମଣ ଯୋଗୁଁ ସୋମବାର (ମାର୍ଚ୍ଚ ୩୦, ୨୦୨୦) ସକାଳ ୮ଟା ସୁଦ୍ଧା ୭ ଲକ୍ଷ ୨୨ ହଜାର ୮୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩୩ ହଜାର ୯୭୬ ଜଣଙ୍କ ମୃତ୍ୟୁ ହୋଇଛି । ଆମେରିକା ଓ ଇଟାଲୀରେ ସ୍ଥିତି ଅନିୟନ୍ତ୍ରିତ ଦେଖାଯାଇଛି । ଆମେରିକାରେ ୧ ଲକ୍ଷ ୪୨ ହଜାର ୭୦ ଜଣ ସଂକ୍ରମିତ ଥିବା ବେଳେ ୨ ହଜାର ୪୮୪ ଜଣ ସଂକ୍ରମିତ ଅଛନ୍ତି । ସେହିଭଳି ଇଟାଲୀରେ ମୃତ୍ୟୁ ସଂଖ୍ୟା ୧୦ ହଜାର ୭୭୯ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୯୭ ହଜାର ୬୮୯ ।

 

  • Tags: