Home > ଅନ୍ତରାଷ୍ଟ୍ରୀୟ
ବଦଳୁନି ପ୍ରକୃତି: କରୋନା ରୋଗୀଙ୍କୁ ପିଓକେ ଅଞ୍ଚଳକୁ ପଠାଉଛି ପାକିସ୍ତାନୀ ସେନା!
Khabar Odisha:International-Pakistan-accused-of-sending-coronavirus-positive-patients-to-Pakistan-occupied-Kashmir

ମୀରପୁର, ମାର୍ଚ୍ଚ ୨୭ (ଖବର ଓଡ଼ିଶା): କରୋନା ଭାଇରସ ସଂକ୍ରମଣରେ ପାକିସ୍ତାନ ମଧ୍ୟ ଅତିଷ୍ଠ ହୋଇଛି । ଗୁରୁବାର ସୁଦ୍ଧା ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨୦୧ ଜଣ ସଂକ୍ରମିତ ଅଛନ୍ତି । ଏହା ପରେ ମଧ୍ୟ ପାକିସ୍ଥାନର ନିଜର ଖରାପ ପ୍ରକୃତି ବନ୍ଦ କରି ନାହିଁ । ସ୍ଥାନୀୟ ଲୋକଙ୍କ ବିରୋଧ ପରେ ବି ପାକିସ୍ତାନୀ ସେନା କୋଭିଡ-୧୯ ରୋଗୀଙ୍କୁ ପାକିସ୍ତାନ ଅଧିକୃତ କଶ୍ମୀର ଓ ଗିଲଗିଟ-ବଲ୍ଟିସ୍ତାନ ଅଞ୍ଚଳକୁ ପଠାଇବା ଆରମ୍ଭ କରିଛି । ଏହା ଦୁଇଟି ଅଞ୍ଚଳ ହେଉଛି ପାକିସ୍ତାନର ସବୁଠାରୁ ପଛୁଆ ବୋଲି ସମସ୍ତେ ଜାଣନ୍ତି । 

ସୂତ୍ର ଅନୁସାରେ ମୀରପୁର ଓ ଅନ୍ୟ ସହରରେ ସ୍ୱତନ୍ତ୍ର କ୍ୱାରେଣ୍ଟାଇନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ଏଠାକୁ ପଞ୍ଜାବର ରୋଗୀଙ୍କୁ ରଖାଯାଉଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ପାକିସ୍ତାନୀ ସେନାର ବରିଷ୍ଠ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ, କୌଣସି କରୋନା ପଜିଟିଭ ରୋଗୀ ଆର୍ମି କାର୍ଯ୍ୟାଳୟ ଅଥବା ସେନାର ନିବାସ ନିକଟରେ ନ ରଖାଯାଉ । ଫଳ ସ୍ୱରୂପ କରୋନା ରୋଗୀଙ୍କୁ ଗାଡ଼ିରେ ବନ୍ଦ କରି ପାକିସ୍ତାନ ଅଧିକୃତ କଶ୍ମୀରରେ ଛଡାଯାଉଛି । 

ସ୍ଥାନୀୟ ଲୋକେ ଏହାକୁ ବିରୋଧ କରୁଥିଲେ ମଧ୍ୟ ଶୁଣିବାକୁ କେହି ନାହାନ୍ତି । ଏହି ଅଞ୍ଚଳର ଭିତ୍ତିଭୂମି ପୂର୍ବରୁ ହିଁ ଖରାପ ଅଛି । କାରଣ ଏହି ଅଞ୍ଚଳରେ ଥିବା ହସ୍ପିଟାଲଗୁଡ଼ିକରେ କର୍ମଚାରୀ ନାହାନ୍ତି । ତେଣୁ ଲୋକଙ୍କୁ ଭୟ ହୋଇଛି ଯେ, ସମଗ୍ର ଅଞ୍ଚଳରେ ଭାଇରସ ବ୍ୟାପିବ ଓ ସ୍ଥାନୀୟ କଶ୍ମୀରବାସୀଙ୍କୁ ଆହୁରି ବିପଦରେ ପକାଇବ । ମୁଜାଫରାବାଦର ଲୋକଙ୍କ କହିବା ଅନୁସାରେ ପାକିସ୍ତାନୀ ସେନାକୁ କେବଳ ପଞ୍ଜାବର ଚିନ୍ତା ଘାରିଛି । 

 

  • Tags: