Home > ଅନ୍ତରାଷ୍ଟ୍ରୀୟ
ପୂର୍ବତନ ସେନା ମୁଖ୍ୟ ବିପିନ ରାୱତଙ୍କ ବୟାନକୁ ନେଇ ବିଚଳିତ ହୋଇପଡ଼ିଲା ପାକିସ୍ତାନ
Khabar Odisha:International-Pakistan-condemned-CDS-Bipin-Rawat-statement-on-terrorism-in-Jammu-Kashmir

ଇସଲାମାବାଦ, ଜାନୁଆରୀ ୧୮ (ଖବର ଓଡ଼ିଶା): ପୂର୍ବତନ ସେନା ମୁଖ୍ୟ ଓ ସିଡିଏସ ଜେନେରାଲ ବିପିନ ରାୱତଙ୍କ ଆତଙ୍କବାଦୀ ସଂପ୍ରସାରଣ କରୁଥିବା ଦେଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ଦିଆଯାଇଥିବା ବୟାନରେ ପାକିସ୍ତାନ ବିଚଳିତ ହୋଇପଡ଼ିଛି । ପାକିସ୍ତାନ ଶୁକ୍ରବାର ରାୱତଙ୍କ ବୟାନକୁ ନିନ୍ଦା କରି କହିଛି, ଏହି ଟିପ୍ପଣୀ ଚରମପନ୍ଥୀ ମାନସିକତା ଏବଂ ଦେବାଳିଆ ମାନସିକତାଙ୍କୁ ସୂଚାଉଛି । ପାକିସ୍ତାନର ବିଦେଶ ବିଭାଗ ବୟାନ ଜାରି କରି କହିଛି ଯେ, ଏହି ମାନସିକତା ଭାରତର ରାଜକୀୟ ସଂସ୍ଥାନରେ ସଂପ୍ରସାରଣ ହୋଇସାରିଛି । 

ସୂଚନାଯୋଗ୍ୟ ବିଗତ ଦିନରେ ପାକିସ୍ତାନକୁ ଟାର୍ଗେଟ କରି ବିପିନ ରାୱତ କହିଥିଲେ ଯେ, ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଦେଶଗୁଡ଼ିକୁ କୁଟନୀତି ଠାରୁ ଅଲଗା କରାଯିବା ଦରକାର । ଦିଲ୍ଲୀରେ ଆୟୋଜିତ ରାୟସୀନା ଡାଇଲଗ-୨୦୨୦କୁ ସମ୍ବୋଧିତ କରି ରାୱତ ପାକିସ୍ତାନକୁ ସ୍ପଷ୍ଟ ସନ୍ଦର୍ଭ ଦେଇ କହିଥିଲେ ଯେ, ଆତଙ୍କବାଦକୁ ପ୍ରୋତ୍ସାହନ ଦେଶକୁ ଆତଙ୍କ ନିରୋଧକ ସଂସ୍ଥା ଏଏଫଟିଏଫର କଳା ତାଲିକାରେ ସାମିଲ କରାଯିବା ଦରକାର । 

ଜେନେରାଲ ରାୱ କଶ୍ମୀର ଅବସ୍ଥା ନେଇ କହିଥିଲେ ଯେ, ଘାଟୀରେ ୧୦ ଓ ୧୨ ବର୍ଷର ପୁଅ-ଝିଅଙ୍କୁ କଟରପନ୍ଥୀ କରାଯାଉଛି, ଯାହା କି ଚିନ୍ତାର ବିଷୟ । ସେ କହି ଥିଲେ, ଏହି ଲୋକଙ୍କ ଧୀରେ ଧୀରେ କଟରପନ୍ଥୀ ଚିନ୍ତାଧାରା ଠାରୁ ଅଲଗା କରାଯାଇପାରିବ । ମାତ୍ର ଏମିତି ବି ଲୋକ ଅଛନ୍ତି, ଯେଉଁମ।ନେ ସଂପୂର୍ଣ୍ଣ ଭାବେ କଟରପନ୍ଥୀ ହୋଇସାରିଛନ୍ତି । ଏମାନଙ୍କୁ ଭଲ ବାଟକୁ ଆଣିବାକୁ  ହେଲେ ଶିବିର ଦରକାର ପଡୁଛି ବୋଲି ରାୱତ କହିଥିଲେ । 

 

  • Tags: