Home > ଅନ୍ତରାଷ୍ଟ୍ରୀୟ
ପାକିସ୍ତାନ: ବିବାହ ଦିନ ହିନ୍ଦୁ ଯୁବତୀଙ୍କୁ କୋର୍ଟରେ ହାଜର କରାଇଲା ପୋଲିସ
Khabar Odisha:International-Pakistan-police-presented-hindu-girl-in-court-on-wedding-day-on-Sunday

କରାଚୀ, ଜାନୁଆରୀ ୨୭ (ଖବର ଓଡ଼ିଶା): ପାକିସ୍ତାନର ସିନ୍ଧ ରାଜ୍ୟର ହାଲା ସହରରେ ରବିବାର ପୋଲିସ ଜଣେ ହିନ୍ଦୁ ଯୁବତୀଙ୍କୁ କୋର୍ଟରେ ହାଜର କରାଇଛି । ସବୁଠାରୁ କ୍ଷୋଭର ବିଷୟ ଥିଲା ଯେ, ଯୁବତୀ ଜଣଙ୍କର ରବିବାର ବିବାହ ଥିଲା । ପୋଲିସ ସଂପୃକ୍ତ ଯୁବତୀଙ୍କୁ କୋର୍ଟରେ ହାଜର କରିବା ପରେ ଆଶ୍ରୟ ଗୃହକୁ ପଠାଇ ଦିଆଯାଇଛି । ପାକିସ୍ତାନୀ ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇଛି । 

ଗଣମାଧ୍ୟମର ରିପୋର୍ଟ ଅନୁସାରେ କରାଚୀରେ ଧର୍ମ ପରିବର୍ତ୍ତନ କରି ଜଣେ ମୁସଲିମ ଯୁବକଙ୍କୁ ପ୍ରେମ ବିବାହ କରିଥିବା ବୁଶରା ଓରଫ ଭାରତୀ ବାଇଙ୍କୁ ପୋଲିସ ହାଲାରୁ ନେଇଯାଇ କୋର୍ଟରେ ହାଜର କରାଇଥିଲା । ରିପୋର୍ଟରେ କୁହାଯାଇଥିଲା ଯେ, ବ୍ୟାଙ୍କ କର୍ମଚାରୀ ଭାରତୀ ବାଇ ୨ ମାସ ପୂର୍ବରୁ ମୁଲସମାନ ଧର୍ମପରିବର୍ତ୍ତନ କରି ଶାହାରୁଖ ମେମନ ନାମରେ ଜଣେ ଇଞ୍ଜିନିୟରଙ୍କୁ କରାଚୀର ଜାମିୟା ବିନୋରିୟାରେ ବିବାହ କରିଥିଲେ ଏବଂ ନିଜର ନାମ ବୁଶରା ରଖିଥିଲେ । ଏହାରି ମଧ୍ୟରେ ଅଦାଲତର ନିର୍ଦ୍ଦେଶରେ ପୋଲିସ ଯୁବତୀଙ୍କ ଘରକୁ ପହଞ୍ଚି ସାଥିରେ ନେଇଯାଇଥିଲା ଏବଂ କୋର୍ଟରେ ହାଜର କରାଇଥିଲା । 

 

  • Tags: