Home > ଅନ୍ତରାଷ୍ଟ୍ରୀୟ
ଏବେକାର ଯୁଦ୍ଧରେ ୪-୬ ତୋପ ଚଳିବନି, ସିଧା ପରମାଣୁ ଯୁଦ୍ଧ ହେବ: ଶେଖ ରଶିଦ
Khabar Odisha:International-Pakistan-railway-minister-sheikh-Rashid-threaten-nuclear-war-against-India

ଇସଲାମାବାଦ, ଅକ୍ଟୋବର ୨୨ (ଖବର ଓଡ଼ିଶା): ସବୁବେଳେ ନିଜର ଉଦ୍ଧତ ବୟାନ ଯୋଗୁଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନର ରେଳମନ୍ତ୍ରୀ ଶେଖ ରଶିଦ ଭାରତର ନାମ ନ ନେଇ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି । ପାକିସ୍ତାନ ନିକଟରେ ଗୋଟିଏ ଗୋଟିଏ ପାଦରେ ଏବଂ ଶତାଧିକ ଗାଁରେ ପରମାଣୁ ବୋମା ଥିବା ନେଇ ରଶିଦ ବୟାନ ଦେଇଛନ୍ତି । ସେ କହିଛନ୍ତିି ଯେ, ଏବେକାର ଲଢ଼େଇ ପରଂପରାଗତ ଭାବେ ହୋଇପାରିବ ନାହିଁ । ବରଂ ପରମାଣୁ ଯୁଦ୍ଧ ହେବ । ସାମ୍ବାଦିକ ସମ୍ମିଳନୀରେ ସୋମବାର ଗଣମାଧ୍ୟମର ପ୍ରତିନିଧିଙ୍କୁ ରଶିଦ କହିଛନ୍ତି, ଏବେକାର ଯୁଦ୍ଧରେ ୪-୬ ଦିନ ଟ୍ୟାଙ୍କ, ତୋପ ଚଳିବନି । ବରଂ ସିଧାସଳଖ ପରମାଣୁ ଯୁଦ୍ଧ ହେବ । 

ପାକିସ୍ତାନର ରେଳମନ୍ତ୍ରୀ ଗଣମାଧ୍ୟମର ପ୍ରତିନିଧିଙ୍କ ଏକ ପ୍ରଶ୍ନରେ କହିଛନ୍ତି, ଏବେ ପରଂପରାଗତ ଯୁଦ୍ଧରେ ଚଳିବନି । ପରମାଣୁ ଯୁଦ୍ଧ କରାଯିବା ଦରକାର ଅଛି । ଶେଖ ରଶିଦ ଏହା ପୂର୍ବରୁ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି । ଭାରତକୁ ଧମକ ଦେଇ ସେ କହିଥିଲେ, ପାକିସ୍ତାନ ପାଖରେ ବିପୁଳ ପରିମାଣରେ ପରମାଣୁ ବୋମା ରହିଛି । କୌଣସି ସ୍ଥାନକୁ ଲକ୍ଷ୍ୟ କରି ଆକ୍ରମଣ କରିପାରେ । ସେ କହିଥିଲେ ଯେ, ଭାରତ ଶୁଣିଯାଉ ଯେ, ପାକିସ୍ତାନର ପ୍ରତି ପାଦରେ ପରମାଣୁ ବୋମା ରହିଛି । ପରମାଣୁ ବୋମା ଯେକୌଣସି ନିଦ୍ଧିଷ୍ଟ ସ୍ଥାନକୁ ଟାର୍ଗେଟ କରାଯାଇପାରିବ । ରଶିଦଙ୍କ ଏହି ବୟାନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । 

ସୂଚନାଯୋଗ୍ୟ ଶେଖ ରଶିଦ ସେହି ନେତା ଯିଏକି କିଛି ଦିନ ତଲେ ବିଦ୍ୟୁତ ଆଘାତ ପାଇବା ପରେ ହାସ୍ୟସ୍ପଦ ବୟାନ ଦେଇଥିଲେ । ସେ କହିଥିଲେ, ବିଦ୍ୟୁତ ଆଘାତ ଲାଗିବା ପଛରେ ଭାରତର ହାତ ରହିଛି । ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ପରେ ପାକିସ୍ତାନ ବିଚଳିତ ହୋଇପଡ଼ିଛି । ବିଭିନ୍ନ ସମୟରେ ବିବାଦୀୟ ବୟାନ ଦେଉଛି ।  

  • Tags: