Home > ଅନ୍ତରାଷ୍ଟ୍ରୀୟ
ସର୍ଭେ: ଇଣ୍ଟରନେଟ ସ୍ୱାଧୀନତା କ୍ଷେତ୍ରରେ ପାକିସ୍ତାନ ସବୁଠୁ ଖରାପ ଦେଶ, ଶ୍ରେଷ୍ଠ ୧୦ରେ ୭ମ ସ୍ଥାନ
Khabar Odisha:International-Pakistan-ranked-one-of-worst-country-in-world-for-internet-freedom

ଇସଲାମାବାଦ, ଜାନୁଆରୀ ୧୭ (ଖବର ଓଡ଼ିଶା): ଇଣ୍ଟରନେଟ ସ୍ୱାଧୀନତାକୁ ନେଇ କରାଯାଇଥିବା ଏକ ଅନ୍ତର୍ଜାତୀୟ ସର୍ଭେରେ ପାକିସ୍ତାନକୁ ବିଶ୍ୱର ସବୁଠାରୁ ଖରାପ ଦେଶରେ ଗଣତି କରାଯାଇଛି । ୫ ମାନକକୁ ଆଧାର କରି ପ୍ରସ୍ତୁତ କରାଯାଇଥିବା ଏହି ସର୍ଭେରେ ୧୮୧ଟି ଦେଶ ସାମିଲ ଥିଲା । ଏଥିରେ ପାକିସ୍ତାନକୁ ବେଲାରୁସ, ତୁର୍କୀ, ଓମାନ, ସଂଯୁକ୍ତ ଆରବ ଇମିରାତ ଓ ଇରିଟିଆ ସହିତ ଇଣ୍ଟରନେଟ ସ୍ୱାଧୀନତା କ୍ଷେତ୍ରରେ ସବୁଠାରୁ ଖରାପ ଦେଶର ତାଲିକାରେ ସାମିଲ କରାଯାଇଛି । 

ସୂଚନାଯୋଗ୍ୟ ଟେକ ରିସର୍ଚ୍ଚ କଂପାନୀ କମ୍ପରିଟେକର ସର୍ଭେରେ ଟୋରେଣ୍ଟ, ପୋର୍ଣ୍ଣୋଗ୍ରାଫି, ନ୍ୟୁଜ ମିଡିଆ, ସୋସିଆଲ ମିଡିଆ ଓ ଭିପିଏନକୁ ମାନକ କରାଯାଇଥିଲା ଏବଂ ଏହି ଆଧାରରେ ୧୮୧ ଦେଶରେ ଇଣ୍ଟରନେଟ ସ୍ୱାଧୀନତାକୁ ନେଇ ସର୍ଭେ କରାଯାଇଥିଲା । ଏଥିରେ ପାକିସ୍ତାନକୁ ୧୦ରୁ ୭ ନମ୍ବର ମିଳିଛି । ପାକିସ୍ତାନ ବ୍ୟତୀତ ବେଲାରୁସ, ତୁର୍କୀ, ଓମାନ, ସଂଯୁକ୍ତ ଆରବ ଇମିରାତ ଓ ଇରିଟିଆକୁ ମଧ୍ୟ ୧୦ରୁ ୭ ନମ୍ବର ମିଳିଛି । 

ଉଲ୍ଲେଖଯୋଗ୍ୟ, ପାକିସ୍ତାନ ସହିତ ରଖାଯାଇଥିବା ସମସ୍ତ ଦେଶକୁ ଇଣ୍ଟରନେଟ ସେନସରସିପକୁ ନେଇ ସମାନ ଦୃଷ୍ଟିକୋଣ ଅଛି । ଏହି ସମସ୍ତ ଦେଶରେ ପୋର୍ଣ୍ଣୋଗ୍ରାଫି କଟକଣା ଲଗଯାଇଛି । ରାଜନୈତିକ ମିଡିଆ ଉପରେ ମଧ୍ୟ କଟକଣା ଲଗାଯାଇଛି । ପାକିସ୍ତାନ ବ୍ୟତୀତ କୋରିଆକୁ ୧୦ରୁ ୧୦, ଚୀନକୁ ୯, ଋଷିଆ, ତୁର୍କିମେନିସ୍ତାନ ଓ ଇରାନକୁ ୮ ନମ୍ବର ମିଳିଛି । 

 

 

  • Tags: