Home > ଅନ୍ତରାଷ୍ଟ୍ରୀୟ
ଅଷ୍ଟ୍ରେଲିଆରେ ଗ୍ରୀଷ୍ମ ଋତୁ: ଜଙ୍ଗଲରେ ନିଆଁ ଲାଗିବାରୁ ୩ ମୃତ, ୪ ଜଣ ନିଖୋଜ, ୩୦ ଆହତ
Khabar Odisha:International-People-die-due-to-fierce-fire-in-the-forest-of-Australia

ସିଡନୀ, ନଭେମ୍ବର ୧୧ (ଖବର ଓଡ଼ିଶା): ଅଷ୍ଟ୍ରେଲିଆରେ ରବିବାର ୨ଟି ଅଂଚଳର ଜଙ୍ଗଲରେ ନିଆଁ ଲାଗିଛି। ନିଆଁ ଲିଭାଇବାକୁ ୧୩୦୦ ଦମକଳ ବାହିନୀର କର୍ମଚାରୀ ନିୟୋଜିତ ଥିଲେ। ଏସବୁ ସତ୍ତ୍ୱେ ୩ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ନିଖୋଜ ଅଛନ୍ତି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ନ୍ୟୁ ସାଉଥୱେଲ୍ସ ରାଜ୍ୟରେ ନିଆଁ ମୁଖ୍ୟ ରୂପରେ ପ୍ରଭାବିତ ହୋଇଥିଲା। ଅଗ୍ନିଶମ ବିଭାଗ ପୂର୍ବରୁ ଚେତାବନୀ ଦେଇଥିଲା। କାରଣ ଏଠାରେ ତାପମାତ୍ରା ବଢ଼ିଯାଇଛି। ପବନର ବେଗ ବଢ଼ିଥିବାରୁ ନିଆଁ ଲାଗିପାରେ ବୋଲି ଅଗ୍ନିଶମ ବିଭାଗ ସୂଚନା ଜାରି କରିଥିଲା।

ଅଧିକାରୀମାନେ ପ୍ରଭାବିତ ଅଂଚଳର ନିବାସୀଙ୍କୁ ଘର ଖାଲି କରିବାକୁ କହିଛନ୍ତି। ନିଆଁ ଲାଗିବାରୁ ୧୫୦ଟି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୩୦ ଜଣ ଲୋକ ଆହତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ସ୍କର୍ଟ ମରିସନ ରବିବାର ଅଚାନକ ଏକ କେନ୍ଦ୍ରକୁ ଗସ୍ତ କରି ପୀଡ଼ିତଙ୍କୁ ଭେଟିଛନ୍ତି। ପ୍ରଭାବିତ ଲୋକଙ୍କୁ ଧୈର‌୍ୟ୍ୟ ରଖିବା ପାଇଁ ପରାମର୍ଶ ଦେଇଛନ୍ତି। ସେହିଭଳି ଯେଉଁମାନେ ଉଦ୍ଧାର କାମରେ ନିଜକୁ ନିୟୋଜିତ କରିଥିଲେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଛନ୍ତି। ସେ ବିସ୍ଥାପିତ ଲୋକଙ୍କୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଜୁଲାଇ ୧ରୁ ନଭେମ୍ବର ୫ ମଧ୍ୟରେ ପାଖାପାଖି ୫ ଲକ୍ଷ ୭୪ ହଜାର ୭୨୭ ହେକ୍ଟର ଜମିରେ ନିଆଁ ଲାଗିଛି। ଫଳରେ ବ୍ୟାପକ ଜଙ୍ଗଲ ନଷ୍ଟ ହୋଇଛି।

 

  • Tags: