Home > ଅନ୍ତରାଷ୍ଟ୍ରୀୟ
ପୋଲାଣ୍ଡ: ବିଶ୍ୱଯୁଦ୍ଧ ସମୟର ୨ ବୋମା ନିଷ୍କ୍ରିୟ ସମୟରେ ବିସ୍ଫୋରଣ, ୨ ସୈନିକଙ୍କ ମୃତ୍ୟୁ
Khabar Odisha:International-Poland-Two-polish-soldiers-killed-as-World-War-2-bomb-explodes

ବାରସା, ଅକ୍ଟୋବର ୦୯ (ଖବର ଓଡ଼ିଶା): ପୋଲାଣ୍ଡରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏକ ବୋମାକୁ ନିଷ୍କ୍ରିୟ କରାଯାଉଥିବା ବେଳେ ଏହା ବିସ୍ଫୋରଣ ଘଟିବାରୁ ୨ ଜଣ ସୈନିକଙ୍କ ମୃତ୍ୟୁ ଘଟିଛି । ପ୍ରତିରକ୍ଷା ମନ୍ତ୍ରୀ ମାରିଉସ ବ୍ଲାସଜାକଙ୍କ ଅନୁସାରେ ନିଷ୍କ୍ରିୟ କରାଯାଉଥିବା ବେଳେ ଏହି ବୋମା ବିସ୍ଫୋରଣ ଘଟିଥିଲା । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ବୋମା ଦ୍ୱିତୀୟ ବିଶ୍ୱଯୁଦ୍ଧର ହୋଇଥାଇପାରେ । 

ସେନା କହିଛି, ପୋଲାଣ୍ଡର କୁଜନିଆ ରାସିବୋର୍ସକା ନିକଟ ଜଙ୍ଗଲରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଆହତ ୨ ସୈନିକଙ୍କୁ ହସ୍ପିଟାଲ ନିଆଯାଇଥିଲା । ମାତ୍ର ଉଭୟଙ୍କର ଅବସ୍ଥା ଏବେ ଗୁରୁତର ଅଛି । ମୃତ ସୈନିକମାନେ ପାରାସୁଟ ରେଜିମେଣ୍ଟରେ ମୁତୟନ ଥିଲେ ।

ପୋଲିସ କହିବା ଅନୁସାରେ କିଛି ଦିନ ପୂର୍ବରୁ ଜଙ୍ଗରରେ ଲୋକେ ଅସ୍ତ୍ରଶସ୍ତ୍ର ଓ ବୋମା ଠାବ କରିଥିଲେ । ଏହାକୁ ରଖାଯାଇଥିଲା ଏବଂ ପୋଲିସର ଏକ ୟୁନିଟ ବୋମା ନିଷ୍କ୍ରିୟ କରିବାକୁ ଦାୟିତ୍ୱ ଦିଆଯାଇଥିଲା । ସୂଚନାଯୋଗ୍ୟ ପୋଲାଣ୍ଡରେ ଏବେ ବି ବେଳେ ବେଳେ  ଦ୍ୱିତୀୟ ବିଶ୍ୱଯୁଦ୍ଧର ବୋମା ମିଳୁଛି ।  

  • Tags: