Home > ଅନ୍ତରାଷ୍ଟ୍ରୀୟ
କରୋନା ଭାଇରସ: ନିଜ ଲାଠିକୁ ମଧ୍ୟ ସାନିଟ୍ରାଇଜ କଲା ପୋଲିସ, ଦେଖନ୍ତୁ ଭିଡିଓ
Khabar Odisha:International-Police-sanitized-their-sticks-for-coronavirus-in-spain-India-declired-21-days-luck-down

ନୂଆଦିଲ୍ଲୀ, ମାର୍ଚ୍ଚ ୨୫ (ଖବର ଓଡ଼ିଶା): କରୋନା ଭାଇରସ ପରେ ସବୁଠାରୁ ଅଧିକ କାମ କରୁଛନ୍ତି ପୋଲିସକର୍ମୀ ଓ ଡାକ୍ତର । ମାତ୍ର ବିଶ୍ୱରେ ସମସ୍ତେ କରୋନା ଭାଇରସରୁ ମୁକ୍ତି ପାଇବା ପାଇଁ ଉଦ୍ୟମ କରୁଛନ୍ତି । ସମସ୍ତ ଜନତା କରୋନା ସହ ମୁକାବିଲା କରିବା ପାଇଁ ଚିନ୍ତା କରୁଛନ୍ତି । ସ୍ପେନରୁ ଏକ ଭିଡିଓ ଆସିଥିଲା । ଲୋକେ ମାନସିକ ଚାପରେ ନ ରୁହନ୍ତୁ, ସେଥିପାଇଁ ପୋଲିସ ସହରର ଗଳିକନ୍ଦିରେ ମଧ୍ୟ ଡ୍ୟୁଟି କରିଥିଲା । ପୋଲିସ ଲୋକଙ୍କୁ କରୋନା ମୁକାବିଲା କରିବା ପାଇଁ ପରାମର୍ଶ ଦେଇଥିଲା । ଏହାରି ମଧ୍ୟରେ ପୋଲିସ ନିଜର ଲାଠି (ଠେଙ୍ଗା)କୁ ମଧ୍ୟ ସାନିଟ୍ରାଇଜ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଘୋଷଣା କରିଛନ୍ତି ଯେ, କରୋନା ଭାଇରସରୁ ବଞ୍ଚିବା ପାଇଁ ଦେଶକୁ ୨୧ ଦିନ ଯାଏଁ ଲକଡାଉନ କରାଯାଇଛି । ଏହି ମାରାତ୍ମକ ଭାଇରସ ସହ ମୁକାବିଲା କରିବାକୁ ହେଲେ ସର୍ବ ପ୍ରଥମେ ସାମାଜିକ ଦୂରତ୍ୱ ରଖିବା । ଏହାର ଅର୍ଥ ସଂପୂର୍ଣ୍ଣ ରୂପେ ଘରେ ରହିବା । ବାହାରକୁ ଯିବା ନାହିଁ । କରୋନା ଭାଇରସ ସହ ଲଢ଼ିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । 

 

  • Tags: