Home > ଅନ୍ତରାଷ୍ଟ୍ରୀୟ
ନାସା ସ୍ପେସଏକ୍ସ ଉତକ୍ଷେପଣ ହେଲା, ୯ ବର୍ଷ ପରେ ପୁଣି ଇତିହାସ ରଚିଲା ଆମେରିକା
Khabar Odisha:International-Nasa-SpaceX-launch-history-is-made-after-9-years-astronauts-launched-into-orbit-from-us-soil

ଫ୍ଲୋରିଡା, ମେ ୩୧ (ଖବର ଓଡ଼ିଶା): ଆମେରିକୀୟ ସ୍ପେସ ସଂସ୍ଥା ନାସା ୯ ବର୍ଷ ପରେ ପୁଣି ଥରେ ଇତିହାସ ରଚିଛି । ଫ୍ଲୋରିଡାର କେପ କନଭରାଲରେ ଜନ ଏଫ କେନେଡେି ସ୍ପେସ ସେଣ୍ଟରରୁ ନାସା-ସ୍ପେସଏକ୍ସ ଡେମୋ-୨କୁ ସଫଳତାର ସହିତ ଉତ୍‌କ୍ଷେପଣ କରିଛି । ଆମେରିକା ୯ ବର୍ଷରେ ପ୍ରଥମ ଥର ନିଜର ମାଟିରେ ସ୍ପେସ (ଅନ୍ତରୀକ୍ଷ)ରେ ପୃଥିବୀରୁ ମହାକାଶଚାରୀ ପଠାଇଛି ।  ନାସାର ଆଡମିନିଷ୍ଟ୍ରେଟର ଜିମ ବ୍ରାଇଡେନଷ୍ଟିନ ଏହି ଉତକ୍ଷେପଣ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଚନ୍ଦ୍ରକୁ ଛୁଇଁବା ପାଇଁ ପୃଥିବୀରୁ ପ୍ରଥମ ଉଡାନ ଏହି ଜନ କେନେଡି ସେଣ୍ଟରରୁ କରାଯାଇଥିଲା । 

ନାସାର ପ୍ରଶାସନକ ଟୁଇଟ ଜରିଆରେ କିହଛନ୍ତି, ୯ ବର୍ଷରେ ପ୍ରଥମ ଥର ଏବେ ଆମେ ଆମେରିକୀୟ ମହକାଶଚାରୀ ରକେଟ ଜରିଆରେ ଆମେରିକାର ମାଟିରୁ ପ୍ରେରଣ କରିଛୁ । ମୁଁ ନାସା ଓ ସ୍ପେସଏକ୍ସ ଟିମକୁ ନେଇ ଗର୍ବ ଅନୁଭବ କରୁଛି ବୋଲି ସେ କହିଛନ୍ତି । କାରଣ ଟିମ ଯୋଗୁଁ ହିଁ ସଫତଳାର ସହିତ ଏହା ଉତକ୍ଷେପଣ ହୋଇପାରିଛି । ଏହାକ ଭିନ୍ନ ପ୍ରକାରର ଅନୁଭବ ବୋଲି ସେ କହିଛନ୍ତି । ଏହାକୁ ଲଞ୍ଚ ଆମେରିକା କହିଲେ କିଛି ଭୁଲ ହେବ ନାହିଁ ବୋଲି ସେ କହିଛନ୍ତି । 

ଆମେରିକୀୟ ସମୟ ଅନୁସାରେ ଅପରାହ୍ନ ୩ଟା ୨୨ ମିନିଟରେ ରକେଟକୁ ଉତକ୍ଷେପଣ କରାଯାଇଥିଲା । ୨ ଜଣ ମହାକାଶଚାରୀ ପୂରା ପ୍ରସ୍ତୁତ ସହ ସ୍ପେସଏକ୍ସ ରକେଟରେ ଯାତ୍ରୀ ଥିଲେ । ଅବଗଣନା ଶେଷ ହେବା ପରେ ରକେଟ ମହକାଶ ଅଭିମୁଖେ ଯାତ୍ରା କରିଥିଲା । 

 

  • Tags: