Home > ଅନ୍ତରାଷ୍ଟ୍ରୀୟ
ଡୋନାଲ୍ଡ ଟ୍ରମ୍ଫଙ୍କ ଘୋଷଣା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ଆମେରିକାର ସବୁ ସଂପର୍କ ଶେଷ
Khabar Odisha:International-US-President-Donald-Trump-declares-us-terminating-its-relationship-with-WHO

ୱାଶିଂଟନ, ମେ ୩୦ (ଖବର ଓଡ଼ିଶା): କରୋନା ଭାଇରସ ସହ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ନିଜର ସବୁ ସଂପର୍କ ଶେଷ କରି ଦେଇଛି । ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଘୋଷଣା କରିଛନ୍ତି । ଟ୍ରମ୍ପ କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସଂପୂର୍ଣ୍ଣ ଭାବେ ଚୀନ ନିୟନ୍ତ୍ରଣ କରୁଛି । ଏଥି ପାଇଁ ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ସଂପର୍କ ଶେଷ କରୁଛି । ଟ୍ରମ୍ପ ଅଭିଯୋଗ ଆଣିଛନ୍ତି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ଭାଇରସର ପ୍ରାଥମିକ ପର୍ଯ୍ୟାୟକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲା । କରୋନା ଭାଇରସ ମହାମାରୀକୁ ନେଇ ଟ୍ରମ୍ପ ପୂର୍ବରୁ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଅନେକ ଥର ଟାର୍ଗେଟ କରିଛନ୍ତି । 

ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଚୀନକୁ ବିଶ୍ୱରେ କରୋନାଜନିତ ମୃତ୍ୟୁ ପାଇଁ ଦାୟୀ କରିଛନ୍ତି । ସେ କହିଛନ୍ତି, ବାର୍ଷିକ ମାତ୍ର ୪ କୋଟି ଡଲାର ସହଯୋଗ କରୁଥିବା ଚୀନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ନିଜର ନିୟନ୍ତ୍ରଣରେ ରଖିଛି । ଅନ୍ୟପକ୍ଷରେ ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ବାର୍ଷିକ ୪୫ କୋଟି ଡଲାର ଦେଉଥିଲା । 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜରୁରୀକାଳନୀ ସ୍ୱାସ୍ଥ୍ୟ ଅବସ୍ଥା ଠିକ କରିବାରେ ବିଫଳ ହେଶଇଛି । ସେ କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାଇଁ ରଖାଯାଇଥିବା ପାଣ୍ଠିକୁ ବିଶ୍ୱର ଅନ୍ୟ ରାଷ୍ଟ୍ରର ସହଯୋଗରେ ବ୍ୟବହାର କରାଯିବ । ଏଥି ସହିତ ଟ୍ରମ୍ପ ଚୀନ ବିରୋଧ ନିଆଯାଇଥିବା ଅନେକ ନିଷ୍ପତ୍ତି ସଂପର୍କରେ କହିଛନ୍ତି । ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବେ ଚୀନର କାଠ କଢ଼େଇ ପାଲଟିଛି । 

 

  • Tags: