Home > ଅନ୍ତରାଷ୍ଟ୍ରୀୟ
ସେପ୍ଟେମ୍ବରରେ ଜି-୭ ସମ୍ମିଳନୀ: ଭାରତକୁ ନିମନ୍ତ୍ରଣ ପାଇଁ ଆମେରିକା କରୁଛି ଯୋଜନା
Khabar Odisha:International-US-President-Donald-Trump-postpones-G7-summit-until-September-plans-to-invite-India

ୱାଶିଂଟନ, ମେ ୩୧ (ଖବର ଓଡ଼ିଶା): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜି-୭ ସମ୍ମିଳନୀକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିଛନ୍ତି । ଜି-୭ ସମ୍ମିଳନୀ ଆସନ୍ତା ସେପ୍ଟେମ୍ବରକୁ ଘୁଞ୍ଚାଇ ଦିଆଯାଇଛି । ଡୋନାଲ୍ଡ ଟ୍ରମ୍ପ ଏଥିରେ ସାମିଲ ଦେଶଗୁଡ଼ିକର ତାଲିକାକୁ ବଢ଼ାଇବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏହି ସମ୍ଭାବିତ ବଦ୍ଧିର୍ତ ତାଲିକାରେ ଭାରତ ମଧ୍ୟ ସାମିଲ ଅଛି । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଟ୍ରମ୍ପ ଜି-୭କୁ ସ୍ଥଗିତ ରଖିବାକୁ ଘୋଷଣା କରିଛନ୍ତି । ଟ୍ରମ୍ପ କହିଛନ୍ତି ସେ ଜି-୭ରେ ଭାରତ, ଋଷିଆ, ଦକ୍ଷଣ କୋରିଆ ଓ ଅଷ୍ଟ୍ରେଲିଆକୁ ଯୋଡ଼ିବାକୁ ଚାହୁଁଛନ୍ତି । 

ଆମେରିକୀୟ ରାଷ୍ଟ୍ରପତି ଜି-୭କୁ ପୁରୁଣା ପ୍ରାରୂପ ବୋଲି କହିଛନ୍ତି । ମୁଁ ଏହି ସମ୍ମିଳନୀକୁ ସ୍ଥଗିତ କରୁଛି । କାରଣ ମୁଁ ଭାବୁଛି, ବିଶ୍ୱରେ ଯାହା ପ୍ରଚଳିତ ଅଛି, ତାହା ଠିକ । ଏହା ଦେଶଗୁଡ଼ିକର ବହୁତ ପୁରୁରଶ ସମୂହ ହୋଇଯାଇଛି । ସୂଚନାଯୋଗ୍ୟ, ୱାଶିଂଟନରେ ଜି-୭ ସମ୍ମିଳନୀ ଜୁନ ୧୦ରୁ ୧୨ ମଧ୍ୟରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ କରୋନା ଭାଇରସ କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଛି । ଜି-୭ରେ ଏବେ ଆମେରିକା ସମେତ ଇଟାଲୀ, ଜାପାନ, କାନାଡା, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ ସମେତ ୟୁରୋପୀୟ ସଂଗଠନ ଅଛନ୍ତି । 

 

  • Tags: