Home > ଅନ୍ତରାଷ୍ଟ୍ରୀୟ
କରୋନା: ଆମେରିକାରେ ୭୭୫ ମୃତ, ଟ୍ରମ୍ପ କହିଲେ- ବନ୍ଦୀରେ ଦେଶ ବିନାଶ ହେବ
Khabar Odisha:International-United-states-coronavirus-deaths-now-600-almost-50000-confirmed-cases-says-Trump

ୱାଶିଂଟନ, ମାର୍ଚ୍ଚ ୨୫ (ଖବର ଓଡ଼ିଶା): ମହାମାରୀ କରୋନା ଭାଇରସ ଯୋଗୁଁ ବିଶ୍ୱର ସବୁଠାରୁ ବଡ଼ ଶକ୍ତିଶାଳୀ ଦେଶ ଆମେରିକାର ସ୍ଥିତି ମଧ୍ୟ ଖରାପ ସ୍ତରରେ ପହଞ୍ଚିଛି । ଏଠାରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଆହୁରି ବଢ଼ିବାରେ ଲାଗିଛି । ରିପୋର୍ଟ ଅନୁସାରେ ଆମେରିକାରେ କରୋନା ରୋଗରେ ମୃତ୍ୟୁ ସଂଖ୍ୟା ୭୭୫ରେ ପହଞ୍ଚିଛି । ସେହିଭଳି ୫୪ ହଜାର ୮୦୮ ଜଣ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି ।    

ଅନ୍ୟପକ୍ଷରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଭାଇରସ ଯୋଗୁଁ ଦେଶରେ ଲାଗୁ ହୋଇଥିବା ବନ୍ଦୀ କଟକଣା କୋହଳ କରିବାକୁ ମଙ୍ଗଳବାର ସ୍ଥଗିତ ରଖିଛନ୍ତି । ସେ ଚେତାବନୀ ଦେଇଛନ୍ତି ଯେ, ବନ୍ଦୀ ପଦକ୍ଷେପ ଯୋଗୁଁ ଦେଶ ବିନାଶ ହୋଇପାରେ । ସ୍ଥାନୀୟ ଗଣମାଧ୍ୟମକୁ ଟ୍ରମ୍ପ କହିଛନ୍ତି, ଏଥିରେ ବହୁଲୋକ ସହମତ ହେବେ । ଆମ ଦେଶ ବନ୍ଦୀ ପାଇଁ ହୋଇ ନାହିଁ । ଆପଣ ବନ୍ଦ କରି ଦେଶକୁ ବର୍ବାଦ କରିପାରିବେ । ରାଷ୍ଟ୍ରପତି କହିଛନ୍ତି, ସଂକଟଗ୍ରସ୍ତ ଅର୍ଥବ୍ୟବସ୍ଥାକୁ ଠିକ କରିବା ପାଇଁ ଆଗାମୀ ସପ୍ତାହରେ ଏହାର ଆକଳନ ହେବ । ଆମେ ବୋଇଂକୁ ହରାଇପାରିବା ନାହିଁ । ଯଦି ଆମେ ଏହି କମ୍ପାନୀକୁ ହରାଇବା, ତାହାର ଅର୍ଥ ହେଉଛି । ଆମେ ଲକ୍ଷାଧିକ କର୍ମଚାରୀଙ୍କ ଉପରେ ଚାପ ପ୍ରୟୋଗ କରିବା । 

     

 

  • Tags: